ଟିକା ନେଲେ ଲାଗିବ ‘ଲଟେରୀ’ ! ମିଳିବ ୭ କୋଟି ଟଙ୍କା… ଜାଣନ୍ତୁ କେଉଁଠି ?

Covid Vaccination Session No To Be Held In This Districts

ଓହିୟୋ: କରୋନାର ଭୟାବହତା ଜାଣିବା ପରେ ମଧ୍ୟ ଏଭଳି ବି କିଛି ଲୋକ ଅଛନ୍ତି ଯେଉଁମାନେ କରୋନା ଟିକା ନେବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି । ନିକଟରେ ଭାରତର ଉତ୍ତର ପ୍ରଦେଶରେ ଏକ ଡାକ୍ତରୀ ଦଳ ଟୀକାକରଣ ପାଇଁ ଏକ ଗାଁରେ ପହଞ୍ଚିବା ମାତ୍ରେ ସମସ୍ତ ଗାଁ ଲୋକ ନଦୀକୁ ଡେଇଁପଡିଥିଲେ । ଯାହା ସମସ୍ତଙ୍କ ପାଇଁ ଏକ ଆଶ୍ଚର୍ଯ୍ୟର ବିଷୟ ପାଲିଥିଲା । ଏଭଳି ପରିସ୍ଥିତିରେ ଏମିତି ମଧ୍ୟ ଏକ ସ୍ଥାନ ଅଛି ଯେଉଁଠାରେ ଟିକା ନେଉଥିବା ଲୋକଙ୍କ ପାଇଁ ଲଟେରୀ ମଧ୍ୟ ଉଠିବା ଆରମ୍ଭ ହୋଇଛି । ପ୍ରକୃତରେ କରୋନା ସମୟରେ ଲୋକଙ୍କୁ ଅଧିକ ସଚେତନତା କରିବା ଏବଂ କରୋନା ଟିକା ପାଇଁ ଲୋକଙ୍କୁ ପ୍ରୋତ୍ସାହିତ କରିବାକୁ ଏକ ଭିନ୍ନ ପଦକ୍ଷେପ ନିଆଯାଇଛି । ଟିକାକରଣ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଆମେରିକାର ଓହିୟୋରେ ଲଟେରୀ ସିଷ୍ଟମ ମାଧ୍ୟମରେ ପୁରସ୍କାର ପ୍ରଦାନ କରିବାକୁ ଘୋଷଣା କରାଯାଇଛି । ଓହିୟୋର ଗଭର୍ଣ୍ଣର ମାଇକ ଡେଭିନ୍ ଏହାକୁ ଲଞ୍ଚ କରିଛନ୍ତି। ଏହି ଘୋଷଣା ଅନୁସାରେ ଯିଏ  ଟିକା ନେବ ସେ ହିଁ ଏହି ଲଟେରୀରେ ଭାଗ ନେଇପାରିବ ।

‘ଦି ଗାର୍ଡୟନ୍’ର ଏକ ରିପୋର୍ଟ ଅନୁଯାୟୀ, ଲଟେରୀ ଜିତିଥିବା ସମସ୍ତ ଲୋକଙ୍କୁ ୧୦ଲକ୍ଷ ଡଲାର୍ ( ପ୍ରାୟ ୭.୨ କୋଟି ଟଙ୍କା ) ଦିଆଯିବ। ଯହାକୁ କାର୍ଯ୍ୟକାରୀ ମଧ୍ୟ କରାଯାଉଛି । ମାଇକ୍ ଡେଭିନ କହିଛନ୍ତି ଯେ, ପ୍ରଥମ ସପ୍ତାହରେ ଭିନ୍ନ ଭିନ୍ନ ବିଜେତା ଘୋଷିତ ହୋଇଛନ୍ତି ।

ଏକ ସାମ୍ବାଦିକ ସମ୍ମିଳନୀରେ ମାଇକ୍ ଡେଭିନ କହିଛନ୍ତି ଯେ, ଲଟେରୀରେ ଭାଗ ନେବା ପାଇଁ ଦୁଇଟି ବର୍ଗ ବା ଶ୍ରେଣୀ କରାଯାଇଛି । ପ୍ରଥମରେ ବ୍ୟକ୍ତିର ବୟସ ୧୮ବର୍ଷରୁ ଅଧିକ ହେବା ଆବଶ୍ୟକ ଏବଂ ସେମାନେ ଓହିୟୋର ମୂଳ ବାସିନ୍ଦା ହେବା ଆବଶ୍ୟକ । ଯେତେବେଳେ କି ୧୨ ରୁ ୧୭ ବର୍ଷର ଯୁବପିଢିଙ୍କ ପାଇଁ ଏକ ଅଲଗା ଲଟେରୀ ବ୍ୟବସ୍ଥା ରଖାଯାଇଛି ।

ଦ୍ୱିତୀୟ ବର୍ଗର ଲୋକଙ୍କ ପାଇଁ କୌଣସି ନଗଦ ପୁରସ୍କାର ନାହିଁ, ଯେଉଁଥିରେ ୧୨ ରୁ ୧୭ ବର୍ଷ ବୟସର ଯୁବପିଢିମାନଙ୍କୁ ଚାରି ବର୍ଷର ଛାତ୍ରବୃତ୍ତି ପ୍ରଦାନ କରାଯିବ । ଯେଉଁଥିରେ ଟ୍ୟୁସନ ଏବଂ ରୁମ୍ ଖର୍ଚ୍ଚ ଅନ୍ତର୍ଭୂକ୍ତ ହେବ, ଏଥିପାଇଁ ଅନଲାଇନରେ ଆବେଦନ କରିବାକୁ ପଡ଼ିବ । ଏହି ସମସ୍ତ ଲଟେରୀ ଯୋଜନାଗୁଡିକ ଓହିୟୋ ଆଡମିନିଷ୍ଟ୍ରେସନ୍ ଅଫ୍ କୋଭିଡ୍ ଫଣ୍ଡ ଦ୍ୱାରା ଖର୍ଚ୍ଚ ହେବ । ଏବଂ ଏହାର ସମ୍ପୂର୍ଣ୍ଣ ହିସାବ ରେକର୍ଡ କରାଯିବ ।

ଓହିୟୋର ଏହି ଲଟେରୀ ଯୋଜନା ଆମେରିକାରେ ଆଲୋଚନାର ବିଷୟ ପାଲଟିଛି । ଓହିୟୋରେ ଏହି ଯୋଜନା ଟୀକାକରଣ ପ୍ରକ୍ରିୟାରେ କେତେ ପ୍ରଭାବ ପକାଇବ ଏବଂ କେତେ ସଂଖ୍ୟାର ଲୋକେ ଟିକା ନେବାକୁ ଆଗକୁ ଆସିବେ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଗଭର୍ଣ୍ଣର ମାଇକ ଡେଭିନ୍ କହିଛନ୍ତି ଯେ, ମେ ୧୨ ରେ ଲଟେରୀ ଘୋଷଣା ପରେ ଓହିୟୋରେ ଟୀକାକରଣକାରୀଙ୍କ ସଂଖ୍ୟା ୩୩% ବୃଦ୍ଧି ପାଇଛି । ସେହି ସମୟରେ, ୧୬ ଏବଂ ୧୭ ବର୍ଷ ବୟସ୍କଙ୍କ ଦ୍ୱାରା ଟୀକାକରଣ ସଂଖ୍ୟାରେ ୯୪ ପ୍ରତିଶତ ବୃଦ୍ଧି ହୋଇଥିବାବେଳେ ଅନ୍ୟ ବୟସ ବର୍ଗର ଲୋକମାନେ ଟୀକାକରଣ ବୃଦ୍ଧି କରିଛନ୍ତି । ରିପୋର୍ଟ ଅନୁଯାୟୀ, ଜୁନ୍ ୨୩ ପର୍ଯ୍ୟନ୍ତ ଓହିୟୋରେ ଟୀକାକରଣ ଅଭିଯାନ ଜାରି ରହିବ । ସୂଚନା ଅନୁସାରେ, ଓହିୟୋ ଭଳି ସହରରେ ଦୈନିକ ଟୀକାକରଣ କ୍ରମାଗତ ଭାବେ ହ୍ରାସ ପାଉଥିବାରୁ ଏହି ଯୋଜନା ଆରମ୍ଭ ହୋଇଛ । ଯଦିଓ ଲଟେରୀ ପୁରସ୍କାର ଘୋଷଣା ପରେ ଓହିୟୋରେ ହଠାତ୍ ଟିକାକରଣ ବୃଦ୍ଧି ପାଇଥି୍ବାର ଦେଖାଯାଇଛି ।

Leave a Reply