ଏସସିବିରେ ଆଉ ଜଣେ କରୋନା ସନ୍ଦିଗ୍ଧ

କଟକ: ଘାରିଛି କରୋନା ଭୟ । ଏସସିବିରେ ଭର୍ତ୍ତି ହୋଇଛନ୍ତି ଆଉ ଜଣେ କରୋନା ସନ୍ଦିଗ୍ଧ । ଯୁବକ ଜଣଙ୍କ ଘର ଜଗତସିଂହପୁର ଜିଲ୍ଲାରେ । ସେ ହଂକଂର ଏକ ଘରୋଇ କମ୍ପାନୀରେ ଇଞ୍ଜିନିୟର ଭାବେ କାଣ କରୁଥିଲେ । ସେଠାରୁ ସେ କୌଣସି କାମରେ ଚୀନ୍‌ ଯାଇଥିଲେ । ଜାନୁଆରୀ ୨୪ରେ ଓଡ଼ିଶା ଫେରିଥିଲେ । ପୂର୍ବରୁ ୨ ଜଣ କରୋନା ସନ୍ଦିଗ୍ଧ ଏସସିବିରେ ଭର୍ତ୍ତି ହୋଇଛନ୍ତି ।

ଓଡ଼ିଶାରେ କରୋନା ସନ୍ଦିଗ୍ଧ, ଏସସିବିକୁ ପଠାଗଲା ରକ୍ତ ନମୁନା

କରୋନା ଭାଇରସ୍‌ ସଂକ୍ରମଣ ସନ୍ଦେହରେ ପରୀକ୍ଷା ପାଇଁ ପଠାଯାଇଥିବା ୬ଟି ନମୁନାରୁ ୫ଟିର ରିପୋର୍ଟ ନେଗେଟିଭ୍‌ ଆସିଛି । ଆଉ ଗୋଟିଏ ନମୁନାର ପରୀକ୍ଷା ରିପୋର୍ଟକୁ ଅପେକ୍ଷା କରାଯାଇଛି । କଟକ ଏସ୍‌ସିବିରେ ଭର୍ତ୍ତି ୨ ଜଣ ସୁସ୍ଥ ଅଛନ୍ତି । ବାକି ୧୨ ଜଣଙ୍କୁ ହୋମ୍‌ ସର୍ଭେଲାନ୍ସରେ ରଖାଯାଇଛି । ସାରା ବିଶ୍ୱରେ କରୋନା ଆତଙ୍କ ଖେଳାଇଥିବା ବେଳେ ମୁକାବିଲା ପାଇଁ ରାଜ୍ୟ  ସରକାର ସତର୍କତାମୂଳକ ପଦକ୍ଷେପ ନେଉଛନ୍ତି । ଆଜି ସୁଦ୍ଧା ଚୀନରେ କରୋନାରେ ୪୯୨ ଜଣଙ୍କ ମୃତ୍ୟୁ ହୋଇଛି ।

କାୟା ବିସ୍ତାର କରୁଛି ଭୟଙ୍କର କରୋନା ଭାଇରସ, ବିପଦରେ ୮ ଦେଶ

Leave a Reply