ଝିଅ ଜନ୍ମ ହୋଇଥିବାରୁ ମେଡିକାଲରୁ ପୁଅ ଚୋରି କରିନେଲେ ଦମ୍ପତି

ବଲାଙ୍ଗୀର: ଭୀମଭୋଇ ମେଡିକାଲରୁ ଚୋରି ଶିଶୁପୁତ୍ର ଉଦ୍ଧାର। ଶିଶୁପୁତ୍ରକୁ ଉଦ୍ଧାର କରିଛି ବଲାଙ୍ଗୀର ଟାଉନ ଥାନା ପୋଲିସ। ବୌଦ୍ଧ ଘଣ୍ଟାପଡ଼ା ନିକଟ ଗାଁରୁ ଉଦ୍ଧାର ହୋଇଛି ଏହି ଶିଶୁପୁତ୍ର। ଶିଶୁପୁତ୍ରକୁ ନେଇଯାଇଥିବା ଦମ୍ପତ୍ତିଙ୍କୁ ପୋଲିସ ଅଟକ ରଖିଛି।ନିଜ ଛୁଆ ଭାବି ନେଇଥିବା ପୋଲିସ ଆଗରେ କହିଛନ୍ତି। ତେବେ ପୋଲିସର ପଚରାଉଚରା ପରେ ଘଟଣା ନୂଆମୋଡ଼ ନେଇଛି।

ଝିଅ ଜନ୍ମ ହୋଇଥିବାରୁ ଝିଅକୁ ଛାଡି ପୁଅକୁ ନେଇ ଯାଇଥିଲେ ଦମ୍ପତି। ନବଜାତ ଶିଶୁ ପୁତ୍ର ଉଦ୍ଧାର ନେଇ ପ୍ରତିକ୍ରିୟା ରଖିଛନ୍ତି ମେଡିକାଲ ସୁପରିଟେଣ୍ଡେଣ୍ଟ ମାନସୀ ପଣ୍ଡା। ଝିଅ ଜନ୍ମ ହେବାରୁ ଜାଣିଶୁଣି ଶିଶୁ ପୁତ୍ରକୁ ନେଇ ଫେରାର୍ ମାରିଥିଲେ ଦମ୍ପତ୍ତି। ତେବେ କାହିଁକି ଅନ୍ୟ ଜଣେ ଶିଶୁପୁତ୍ରକୁ ଚୋରି କରି ନେଇଗଲେ ଏହାର ତନାଘନା କରୁଛି ପୋଲିସ। କାର୍ଯ୍ୟରେ ଅବହେଳା କରିଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୋଲିସ କହିଛି।