୪୪ ଦିନର ଧାରଣାରେ ଅନ୍ତ, ସ୍ୱାମୀଙ୍କ ଘରେ ରହିବେ ତପସ୍ୱିନୀ

Court Orders Tapaswini Will Stay In Husband Sumit's House

ବ୍ରହ୍ମପୁର: ତୁଟିବ ବିବାଦ, ମିଶିବ ମନ । ଚର୍ଚ୍ଚିତ ସୁମିତ୍ ଓ ଡିମ୍ପଲ ବୈବାହିକ ଜୀବନରେ ବିବାଦ ମାମଲାରେ ରାୟ ଶୁଣାଇଛନ୍ତି ଛତ୍ରପୁର ଜିଲ୍ଲା କୋର୍ଟ । ସ୍ୱାମୀ ସୁମିତଙ୍କ ବ୍ରହ୍ମାନଗର ସ୍ଥିତ ଘରେ ରହିବେ ତପସ୍ୱିନୀ । ମାସିକ ଡିମ୍ପଲଙ୍କୁ ୧୭ ହଜାର ଟଙ୍କା ଦେବେ ସ୍ୱାମୀ ସୁମିତ୍ । ଏନେଇ ଡିମ୍ପଲଙ୍କ ଓକିଲ ପ୍ରଦୀପ ବେହେରା ସୂଚନା ଦେଇଛନ୍ତି ।

 

ପୂର୍ବରୁ ଡିମ୍ପଲଙ୍କୁ ଭଡ଼ା ଘରେ ରଖିବା ନେଇ ଏସଡିଜେଏମ୍ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଯାହାକୁ ଚ୍ୟାଲେଞ୍ଜ କରି ଜିଲ୍ଲା ଜଜଙ୍କ ଦ୍ୱାରସ୍ଥ ହୋଇଥିଲେ ସୁମିତଙ୍କ ଓକିଲ । ଶେଷରେ ୪୪ ଦିନ ଧରି ଶ୍ୱଶୁର ଘରେ ଧାରଣାରେ ବସିଥିବା ତପସ୍ୱିନୀଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି କୋର୍ଟ ।ସେପଟେ କୋର୍ଟଙ୍କ ରାୟ ପରେ ଖୁସିରେ ଭାବବିହ୍ୱଳ ହୋଇପଡିଛନ୍ତି ଡିମ୍ପଲ । କହିଲେ, ନାରୀ ଜାତି ଓ ନ୍ୟାୟର ବିଜୟ ହୋଇଛି । ସୁମିତଙ୍କୁ ପାଖକୁ ଫେରାଇଆଣିବାକୁ ଏହା ଏକ ସୁଯୋଗ ବୋଲି ଡିମ୍ପଲ କହିଛନ୍ତି ।

ଶାଶୂଘରେ ରହି ସମସ୍ତଙ୍କର ମନ ଜିତିବାକୁ ଚେଷ୍ଟା କରିବି ଏବଂ ସୁମିତଙ୍କୁ ପାଖକୁ ଫେରାଇ ଆଣିବେ ବୋଲି ଡିମ୍ପଲ କହିଛନ୍ତି । କୋର୍ଟଙ୍କ ରାୟ ପରେ ଡିମ୍ପଲଙ୍କ ପରିବାରର ମଧ୍ୟ ଖୁସିର ଲହରି ଖେଳିଯାଇଛି । ଡିମ୍ପଲଙ୍କ ପାଇଁ ସମସ୍ତେ ପ୍ରାର୍ଥନା କରୁଥିଲେ । ଏଣୁ ଆଜି ସମସ୍ତଙ୍କ ଆଶା ପୂରଣ ହୋଇଛି ବୋଲି ଡିମ୍ପଲଙ୍କ ମାଆ କହିଛନ୍ତି । ଶ୍ୱଶୁର ଘରକୁ ଯିବା ଦାବିରେ ଦେଢ ମାସରୁ ଅଧିକ ଦିନ ହେଲା ଧାରଣାରେ ବସି ରହିଛନ୍ତି ବ୍ରହ୍ମପୁର ବ୍ରହ୍ମାନଗରର ବୋହୂ ଡିମ୍ପଲ୍ ।

 

Leave a Reply