ବିଦେଶରେ ବଢ଼ୁଛି ସଂକ୍ରମଣ, ଗ୍ଲୋବାଲ ଏମର୍ଜେନ୍ସିକୁ ଦେଖି ଭାରତରେ ଆଲର୍ଟ

ନୂଆଦିଲ୍ଲୀ: ବିଦେଶରେ ବଢ଼ୁଛି କରୋନା ସଂକ୍ରମଣ । ଗ୍ଲୋବାଲ ଏମର୍ଜେନ୍ସିକୁ ଦେଖି ଭାରତରେ ଆଲର୍ଟ । ନୂଆବର୍ଷ, କ୍ରୀସମାସ ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସ୍ବତନ୍ତ୍ର ଗାଇଡଲାଇନ । ଆତଙ୍କିତ ନହୋଇ ସତର୍କ ରହିବାକୁ ସବୁ ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଛି । ସମସ୍ତ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ।

ସତର୍କ ରହି ଭୂତାଣୁକୁ ପ୍ରତିହତ କରିବାକୁ ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଛି । ତେବେ କୋଭିଡ ପ୍ରୋଟୋକଲ ଅନୁପାଳନ କରିବାକୁ ପରାମର୍ଶ ଦିଆଯାଇଛି । ଚୀନ, ଜାପାନ, ସାଉଥ କୋରିଆ, ବ୍ରାଜିଲ ଭଳି ରାଷ୍ଟ୍ରରେ ସଂକ୍ରମଣ ବ୍ୟାପୁଥିବା ବେଳେ ଭାରତରେ ସେଭଳି ସ୍ଥିତି ନାହିଁ । ତେଣୁ ଭୟ ନ କରି ଆଲର୍ଟ ରହିବାକୁ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ବିଦେଶରୁ ଆସୁଥିବା ବିମାନ ଯାତ୍ରୀଙ୍କ ରାଣ୍ଡମ ଟେଷ୍ଟିଂ ପାଇଁ ପରାମର୍ଶ ଦିଆଯାଇଛି । ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ମାନିବାକୁ ଦେଶବାସୀଙ୍କୁ ଅପିଲ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ।