କରୋନା ଭୟ, ଘରୋଇ ହସ୍ପିଟାଲକୁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଲେ ଏସିଏସ୍

1 min read

ଭୁବନେଶ୍ୱର: କରୋନା ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ପଦକ୍ଷେପ ପାଇଁ ନିର୍ଦ୍ଦେଶ ନିଆଯାଇଛି । ଏଥିସହିତ ସବୁ ଜିଲ୍ଲାପାଳ, ମୁନିସିପାଲ କମିଶନର ସିଡିଏମଓ, ପିଏଚଓଙ୍କୁ ଚିଠି ଲେଖିଛନ୍ତି ଏସିଏସ୍ ପ୍ରଦୀପ୍ତ ମହାପାତ୍ର । ଆବଶ୍ୟକ ବେଡ୍, ଅକ୍ସିଜେନ ମହଜୁଦ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ଆଇସୋଲେସନ ବେଡ ବ୍ୟବସ୍ଥା କରିବାକୁ କୁହାଯାଇଛି । ଡାଏଲିସିସ୍, ଲେବର ରୁମ୍, ICU, HDUରେ ବ୍ୟବସ୍ଥା ସହ ଜିଲ୍ଲାର ସବୁ ଘରୋଇ ହସ୍ପିଟାଲକୁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି। ଫ୍ଲାଭିପିରାଭିର ଓ ରେମଡିସିଭିର ମେଡିସିନ ମହଜୁଦ ରଖିବାକୁ ଏସିଏସ୍‌ ପ୍ରଦୀପ୍ତ ମହାପାତ୍ର ଚିଠି ଲେଖିଛନ୍ତି।

ଉଲ୍ଲେଖଯୋଗ୍ୟ, ରାଜ୍ୟରେ ଟିକାକରଣ ଜାରି ରହିଥିବା ବେଳେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ଶୁକ୍ରବାର ଦିନ କରୋନା ଟିକା ନେଇଛନ୍ତି । ଏନେଇ ସେ ସୂଚନା ଦେଇ କହିଛନ୍ତି, ‘‘ମୁଁ କରୋନାର ପ୍ରଥମ ଡାେଜ ନେଇଛି । ଏଥିସହିତ ସମସ୍ତଙ୍କୁ ଟିକା ନେବା ପାଇଁ ସେ ଅପିଲ୍ କରିଛନ୍ତି’’ ।

ଏହା ପୂର୍ବରୁ ଗତ ମାର୍ଚ୍ଚ ୧ରେ ବିଧାନସଭା ଡିସ୍‌ପେନ୍‌ସାରିରେ କୋଭାକ୍ସିନ ଟିକା ନେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେହିପରି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌, ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମେତ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଗୃହ ମନ୍ତ୍ରୀ ଅମିତ ଶାହ, ଉପ-ରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନେକ ନେତା ତଥା ମନ୍ତ୍ରୀ ଟିକା ନେଇସାରିଛନ୍ତି।

Leave a Reply