ଆସନ୍ତା ମାସରୁ ଶିଶୁଙ୍କୁ କରୋନା ଟିକା: ସ୍ୱାସ୍ଥ୍ୟ ମନ୍ତ୍ରୀ

1 min read
2 Years Old Child Gets Coronavirus Vaccines In Cuba First In World

ନୂଆଦିଲ୍ଲୀ: ଆସନ୍ତା ମାସ ସୁଦ୍ଧା ଦେଶରେ ଶିଶୁ ମାନଙ୍କ ଟିକାକରଣ ଆରମ୍ଭ ହୋଇପାରେ । ବିଜେପି ଏମପିଙ୍କ ସଂସଦୀୟ ବୈଠକରେ ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ୍ ମାଣ୍ଡବ୍ୟ । ଶିଶୁଙ୍କୁ ଟିକା ଦେବା ଲାଗି ପ୍ରକ୍ରିୟା ଜାରି ରହିଛି ଏବଂ ଅଗଷ୍ଟରେ ଏହି ଅଭିଯାନ ଚାଲିବାର ଆଶା ରହିଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତ ଖୁବ୍ ଶୀଘ୍ର ସର୍ବବୃହତ ଟିକା ଉତ୍ପାଦନକାରୀ ରାଷ୍ଟ୍ର ହେବାକୁ ଯାଉଛି । ପୂର୍ବରୁ ଟିକା ସମ୍ପର୍କିତ ଜାତୀୟ ବିଶେଷଜ୍ଞ ଗୋଷ୍ଠୀ ଅଧ୍ୟକ୍ଷ ଡାକ୍ତର ଏନ.କେ. ଅରୋରା କହିଥିଲେ- ସେପ୍ଟେମ୍ବରରୁ ୧୨ରୁ ୧୮ ବର୍ଷ ବୟସ୍କଙ୍କୁ ଟିକା ଦିଆଯିବ।

ଗତ ସପ୍ତାହରେ AIIMS ମୁଖ୍ୟ ଡକ୍ଟର ରଣଦୀପ ଗୁଲେରିଆ ମଧ୍ୟ କହିଥିଲେ ଯେ ସେପ୍ଟେମ୍ବର ସୁଦ୍ଧା ପିଲାମାନଙ୍କ ପାଇଁ କୋଭିଡ -19 ଟିକାକୁ ବ୍ୟବହାରିକ ଅନୁମୋଦନ ଦିଆଯାଇପାରେ । ଦେଶର ପିଲାମାନଙ୍କ ପାଇଁ ଜିଡସ୍ କ୍ୟାଡିଲାର ଭ୍ୟାକ୍ସିନ୍ ଟ୍ରାଏଲ୍ ଶେଷ ପର୍ଯ୍ୟାୟରେ ରହିଛି।

ସେପଟେ ଆଷ୍ଟ୍ରାଜେନେକା ଓ ସ୍ପୁଟନିକ-ଭି ଭାକ୍ସିନକୁ ମିଶାଇ ଦିଆଯାଇପାରିବ ଟିକା । ଏହାକୁ ଅନୁମତି ଦେଇଛି ରୁଷ । ଏନେଇ ଦେଶର ୫ଟି କ୍ଲିନିକକୁ ଟ୍ରାଏଲ ଲାଗି ନିର୍ଦ୍ଦେଶ ଦିଆଯାଇଛି । ଏହି ଟ୍ରାଏଲ ଅବଧି ଆସନ୍ତା ମାର୍ଚ୍ଚ ୨୦୨୨ ସୁଦ୍ଧା ଶେଷ ହେବ । ରୁଷ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ନୈତିକ କମିଟି ଗତ ମେ ମାସରେ ଏହି ମିଶ୍ରଣର କ୍ଲିନିକାଲ ଟ୍ରାଏଲକୁ ବାତିଲ କରିଥିଲା । ଏହି ମିଶ୍ରଣର ପ୍ରଥମ ଡୋଜ ସାଧାରଣ ଭାବେ ଦିଆଯିବ ଏବଂ ଦ୍ବିତୀୟ ଡୋଜ ବୁଷ୍ଟର ଡୋଜ ଭାବେ ପରିଗଣିତ ହେବ । ସ୍ପୁଟନିକ-ଭି ଭାକ୍ସିନର ବ୍ୟବହାରକୁ ପ୍ରୋତ୍ସାହନ ଦେଉଥିବା ରୁଷୀୟ ପ୍ରତ୍ୟକ୍ଷ ନିବେଶ ପାଣ୍ଠି ବା ଆରଡିଆଇଏଫ ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛି ।

 

Leave a Reply