ସେହୱାଗଙ୍କ ଖୁଲାସା- ୨୦୦୬ରେ ପାକିସ୍ତାନ ଗସ୍ତ ବେଳେ ଧୋନିଙ୍କ ଉପରେ ରାଗିଥିଲେ ରାହୁଲ୍ ଦ୍ରାବିଡ଼

1 min read
Cricket Virender Sehwag Reveals An Incident When Angry Rahul Dravid

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ଼ଙ୍କ ଶାନ୍ତ ସ୍ୱଭାବ ସମସ୍ତଙ୍କୁ ଜଣା । ଖେଳ ପଡ଼ିଆରେ ରାଗିଥିବା ରାହୁଲଙ୍କୁ କେହି ଦେଖି ନଥିବେ । ହଁ… ଜିତିବା ପରେ ଉତ୍ସବ ପାଳନରେ ତାଙ୍କୁ ଦେଖିବାକୁ ମିଳେ । ତେବେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଓପନର ବୀରେନ୍ଦ୍ର ସେହୱାଗ ଏମିତି ଏକ ଖୁଲାସା କରିଛନ୍ତି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରି ଦେବ । ସେହୱାଗଙ୍କ ଅନୁସାରେ, ଦ୍ରାବିଡ୍ ପଡ଼ିଆରେ ରାଗିଥିଲେ । ଦ୍ରାବିଡ଼ ପୂର୍ବତନ ଅଧିନାୟକ ଧୋନିଙ୍କ ଉପରେ ରାଗିଥିବା ସେହୱାଗ ଖୁଲାସା କରିଛନ୍ତି ।

ବୀରେନ୍ଦ୍ର ସେହୱାଗଙ୍କ ଅନୁସାରେ, ୨୦୦୬ ପାକିସ୍ତାନ ଗସ୍ତରେ ଧୋନି ଏକ ଭୁଲ୍ ସଟ୍ ଖେଳିଥିଲେ । ଯାହାକୁ ନେଇ ଧୋନିଙ୍କ ଉପରେ ବେଶ୍ ରାଗି ଯାଇଥିଲେ ଦ୍ରାବିଡ୍ । ସୌରଭ ଗାଙ୍ଗୁଲି ଭାରତୀୟ ଦଳର ଅଧିନାୟକ ଥିବା ବେଳେ ଧୋନି ଡେବ୍ୟୁ କରିଥିଲେ । ଗାଙ୍ଗୁଲିଙ୍କ ପରେ ଦ୍ରାବିଡ଼ ଭାରତୀୟ ଦଳର ମଙ୍ଗ ସମ୍ଭାଳିଥିଲେ । ଏକ ସାକ୍ଷାତକାରରେ ସେହୱାଗ କହିଛନ୍ତି- ‘ପାକିସ୍ତାନ ଗସ୍ତରେ ଥିବାବେଳେ ଧୋନି ନୂଆ ନୂଆ ଦଳକୁ ଆସିଥିଲେ । ଧୋନି ଏକ ସଟ୍ ଖେଳି ପଏଣ୍ଟରେ ଆଉଟ୍ ହୋଇ ଯାଇଥିଲେ । ଯାହା ପରେ ଦ୍ରାବିଡ଼ ରାଗି ଯାଇଥିଲେ । କହିଥିଲେ ତୁମେ ଏମିତି ଖେଳ, ତୁମକୁ ଖେଳ ଶେଷ କରିବା ଉଚିତ୍ ।’

ପରେ ଧୋନି ଯେତେବେଳେ ବ୍ୟାଟିଂ କରିବାକୁ ଯାଆନ୍ତି ତ ଅଧିକ ସଟ୍ ଖେଳନ୍ତି ନାହିଁ । ମୁଁ ତାଙ୍କୁ ପଚାରିଥିଲି କଣ ହେଲା ? ସେ କହିଥିଲେ- ଦ୍ରାବିଡ଼ଙ୍କ ଠାରୁ ଗାଳି ପୁଣି ଶୁଣିବାକୁ ଚାହୁଁନାହିଁ ।

Leave a Reply