ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲା: VC ମାଧ୍ୟମରେ ହାଇକୋର୍ଟରେ ହାଜର ହେଲେ କ୍ରାଇମବ୍ରାଞ୍ଚ ADG

1 min read

ଭୁବନେଶ୍ୱର: ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲା । ଭିଡିଓ କନଫରେନ୍ସିଂରେ ହାଇକୋର୍ଟରେ ହାଜର ହେଲେ କ୍ରାଇମବ୍ରାଞ୍ଚ ADG  ସୌମେନ୍ଦ୍ର ପ୍ରିୟଦର୍ଶୀ । କ୍ରାଇମବ୍ରାଞ୍ଚ ପକ୍ଷରୁ ତଦନ୍ତ ରିପୋର୍ଟ ଦାଖଲ କରାଯାଇଛି । ୪ଜଣଙ୍କୁ ଗିରଫ କରାଯାଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଆସନ୍ତା ଜାନୁଆରୀରେ ପରବର୍ତ୍ତୀ ଶୁଣାଣି ହେବ ।

ସେପଟେ ଆବେଦନକାରୀଙ୍କୁ ଭୟଭୀତ କରାଯାଉଥିବା ହାଇକୋର୍ଟଙ୍କୁ ତାଙ୍କ ଓକିଲ ଜଣାଇଛନ୍ତି । ଆବେଦନକାରୀଙ୍କ ଘରକୁ ଅସାମାଜିକ ବ୍ୟକ୍ତି ଆକ୍ରମଣ କରୁଛନ୍ତି । ଘର ଆଗରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରାଯାଉଛି । ଏନେଇ ବିହିତ ପଦକ୍ଷେପ ନେବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟଙ୍କ ତାଗିଦ୍ ପରେ ଆକ୍ସନ୍ ମୋଡ୍‌କୁ ଆସିଥିଲା କ୍ରାଇମବ୍ରାଞ୍ଚ ।

ଡେଡ୍‌ଲାଇନ୍‌ ପୂର୍ବରୁ ୪ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । ଗିରଫଙ୍କ ମଧ୍ୟରେ ଓଟିଭିର ଅନିରୁଦ୍ଧ ପଣ୍ଡା, କୃଷ୍ଣ ବେହେରାଙ୍କ ସହ ଦୁଇଜଣ ସୁରକ୍ଷାକର୍ମୀ ରହିଛନ୍ତି । ସେମାନେ ଏବେ ଝାରପଡ଼ା ଜେଲ୍‌ରେ ଅଛନ୍ତି । ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତ ଏବେବି ଫେରାର ଅଛନ୍ତି ।

Leave a Reply