ନାବାଳିକା ଗଣଦୁଷ୍କର୍ମ ମାମଲାରେ କ୍ରାଇମବ୍ରାଞ୍ଚର ଛାନଭିନ୍, ଓଟିଭି ଏମଡିଙ୍କ ପିଏ ସହ ୩ ଜଣଙ୍କୁ ଜେରା

Crime Branch Interrogated OTV MD’s PA And 3 Others In Gang Rape Case

ଭୁବନେଶ୍ୱର: ପୋଲିସ ପାରିଲାନି, ଏବେ କ୍ରାଇମବ୍ରାଞ୍ଚ କରୁଛି ଛାନଭିନ୍ । ନାବାଳିକା ଗଣଦୁଷ୍କର୍ମ ମାମଲାରେ ଗତକାଲିଠୁ ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । ଗତକାଲି ପୋଲିସଠୁ ଅପ୍‌ଡେଟ୍‌ ନେବା ପରେ ଆଜି ୩ ଜଣ କର୍ମଚାରୀଙ୍କୁ ମାରାଥନ ଜେରା କରିଛି ସ୍ୱତନ୍ତ୍ର ଟିମ୍ । ଆଗକୁ ଅନ୍ୟ ବଡ଼ବଡିଆଙ୍କୁ ଡକାଯିବ ବୋଲି ସୂଚନା ମିଳୁ ଥିବାବେଳେ ଏହାକୁ ନେଇ ସଂସ୍ଥାରେ କୋକୁଆଭୟ ଖେଳିଯାଇଛି । ପୀଡିତାଙ୍କ ମାଆଙ୍କ ଅଭିଯୋଗ ଆଧାରରେ ଚାଲିଛି ତଦନ୍ତ ।

Crime Branch Interrogated OTV MD’s PA And 3 Others In Gang Rape Case

ସରକାରଙ୍କ ନିର୍ଦ୍ଦେଶ ପରେ ନାବାଳିକା ଗଣଦୁଷ୍କର୍ମ ଘଟଣାରେ କ୍ରାଇମବ୍ରାଞ୍ଚର ତନାଘନା । ଆଜି ଦ୍ୱିତୀୟ ଦିନରେ ତିନି ଜଣ ଓଟିଭି କର୍ମଚାରୀଙ୍କୁ ତୋଫାନୀ ଜେରା କରିଛି କ୍ରାଇମବ୍ରାଞ୍ଚ । ନୋଟିସ ପରେ ଆଜି ସେମାନେ ଅର୍ଥନୈତିକ ଅପରାଧ ଶାଖା କାର୍ଯ୍ୟାଳୟରେ ହାଜର ହୋଇ ଜେରାର ସମ୍ମୁଖୀନ ହୋଇଥିଲେ । ପୂର୍ବାହ୍ନ ସାଢେ ୧୦ଟା ଠାରୁ ଜେରା ଆରମ୍ଭ ହୋଇଥିବା ବେଳେ ପୃଥକ୍ ପୃଥକ୍ ଭାବେ ସମସ୍ତ ୩ଜଣଙ୍କୁ କଟକରୁ ଆସିଥିବା ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଜେରା କରିଥିଲା । ଗତକାଲି ନିର୍ଦ୍ଦେଶ ପାଇବା ପରେ ଏକ ସ୍ୱତନ୍ତ୍ର ଟିମ୍ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ପ୍ରଥମେ ପୋଲିସଠାରୁ ଦସ୍ତାବିଜ ସଂଗ୍ରହ ପରେ ଓଟିଭି କାର୍ଯ୍ୟାଳୟକୁ ଯାଇ ଘଣ୍ଟାଚକଟା କରିଥିଲା ଏକ ସ୍ୱତନ୍ତ୍ର ଟିମ୍ । ମାମଲାରେ ଓଟିଭିର ଏମଡିଙ୍କ ପିଏ କୃଷ୍ଣଚନ୍ଦ୍ର ବେହେରାଙ୍କ ସମେତ ଅନ୍ୟ ଦୁଇ ଜଣଙ୍କୁ ହାଜର ହେବାକୁ ନୋଟିସ ଦେଇଥିଲା ।

Crime Branch Interrogated OTV MD’s PA And 3 Others In Gang Rape Case

ତେବେ ପ୍ରଥମ ପର୍ଯ୍ୟାୟରେ ୩ ଜଣଙ୍କୁ ଜେରା କରାଯାଇଥିବା ବେଳେ ଆଗକୁ ପର୍ଯ୍ୟାୟ କ୍ରମେ ବହୁ ଲୋକଙ୍କୁ କ୍ରାଇମବ୍ରାଞ୍ଚ ନୋଟିସ୍ କରିବା ସହିତ ଜେରା କରି ତଥ୍ୟ ଓଗାଳିବା ସମ୍ଭାବନା ରହିଛି । ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ହାତକୁ ଯିବା ପରେ ପ୍ରତିପକ୍ଷ ମହଲରେ କୋକୁଆ ଭୟ ସୃଷ୍ଟି ହୋଇଥିବା ଆଲୋଚନା ହେଉଛି । ପୂର୍ବରୁ ଘଟଣାକୁ ନେଇ ମହିଳା ଥାନାରେ ଏତଲା ପରେ କମିଶନରେଟ୍ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ହେଲେ ମାମଲା ରୁଜୁ ହେବାର ଦୀର୍ଘ ଏକମାସରୁ ଅଧିକ ଦିନ ବିତିଯାଇଥିଲେ ହେଁ ଅଭିଯୁକ୍ତଙ୍କୁ ଚିହ୍ନଟ ବା ଜେରାରେ ଅହେତୁକ ବିଳମ୍ବକୁ ନେଇ ପ୍ରଶ୍ନ ଉଠାଇଥିଲେ ଅଭିଯୋଗକାରିଣୀ ଓ କିଛି ସଙ୍ଗଠନ ।

Crime Branch Interrogated OTV MD’s PA And 3 Others In Gang Rape Case

ସେପଟେ ଘଟଣାକୁ ନେଇ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ପକ୍ଷରୁ ମଧ୍ୟ ତଦନ୍ତ ଜାରି ରହିଛି । ତେବେ ଗଣଦୁଷ୍କର୍ମ ଘଟଣାରେ ପୋଲିସ ଓ ଗଣମାଧ୍ୟମ ସଂସ୍ଥାର କର୍ମଚାରୀଙ୍କ ସମ୍ପୃକ୍ତି ଥିବାରୁ ତଦନ୍ତରେ କମିଶନରେଟ୍ ପୋଲିସ ଅବହେଳା ଓ ଚାପର ବଶବର୍ତ୍ତୀ ହୋଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା । ବର୍ତ୍ତମାନ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହେବା ସହିତ ତ୍ୱରାନ୍ୱିତ ହେବାରୁ ଖୁବଶୀଘ୍ର ଘଟଣା ଉପରୁ ପର୍ଦ୍ଦା ହଟିବ ଓ ପୀଡିତାଙ୍କୁ ନ୍ୟାୟ ମିଳିପାରିବ ବୋଲି ପରିବାର ଆଶା ରଖିଛନ୍ତି ।

Leave a Reply