spot_img

Latest Posts

ପ୍ରବଳ ବର୍ଷାରେ ବେହାଲ ଉପକୂଳ ଓଡ଼ିଶା, ମୁଣ୍ଡରେ ହାତ ଦେଲାଣି ଚାଷୀ

ଭୁବନେଶ୍ବର : ଚାଷ କାମ ଯାହାର କେତେ ଦୁଃଖ ତାହାର। ପ୍ରଥମେ ଚାଷ ଆରମ୍ଭ ବେଳେ ବର୍ଷା ଅଭାବ ଦେଖାଦେଲା। ପରେ ରୋଗ ପୋକ, ଆଉ ଏବେ ଅମଳ ଶେଷ କରି ଧାନ ବିକିବା ବେଳେ ଲଘୁଚାପଜନିତ ବର୍ଷା ଚାଷୀଙ୍କ ଦୁଃଖ ବଢେଇଦେଇଛି। ବର୍ଷା ଯୋଗୁଁ ରାଜରାସ୍ତା ଓ ମଣ୍ଡିରେ ଚାଷୀଙ୍କ ଧାନ ଭିଜୁଛି।  ଧର୍ମଗଡ ଉପଖଣ୍ଡରେ ପ୍ରାୟ ୬୦ହଜାର ହେକ୍ଟର ଜମିରେ ଧାନ ଚାଷ ହୋଇଥିବା ବେଳେ ଚାଷୀ ଧାର କରଜ କରି ଚାଷ କରୁଥିଲେ l ଏବେ ଫସଲ ଭିଜିବା ଦେଖି ମୁଣ୍ଡରେ ହାତ ଦେଲାଣି ଚାଷୀ।

ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ  ବର୍ଷା ଲାଗିରହିଛି। ବର୍ଷାରେ ଭିଜି ଫସଲ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି ଚାଷୀ। ଧାର କରଜ କରି ଚାଷ ହୋଇଥିବା ବେଳେ କେମିତି ଋଣ ସୁଝାଯିବ ଏବେ ସେହି ଚିନ୍ତା। ଭଦ୍ରକ, ଆରଡି, ତିହିଡି, ଭଣ୍ଡାରିପୋଖରୀ ସମେତ ଧାମନଗର ଅଞ୍ଚଳରେ ପୁଣି  ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଜାରି ରହିଛି । କ୍ଷେତରେ ପଡି ଭିଜା ଧାନ ଗଜା ହେଲାଣି।  ବର୍ଷା ଯୋଗୁଁ ବ୍ଯାପକ ଫସଲ ନଷ୍ଟ ହୋଇଛି। କ୍ଷୟକ୍ଷତି ଆକଳନ କରିବା ପାଇଁ ଚାଷୀଙ୍କ ପାଖରେ କର୍ତ୍ତୃପକ୍ଷ ପହଞ୍ଚି ନଥିବା ଚାଷୀ ଅଭିଯୋଗ କରିଛନ୍ତି।

Latest Posts

Don't Miss