ଭିଡ଼ ନ ଜମାଇ ମଣ୍ଡପରେ ହୋଇପାରିବ ଦୁର୍ଗା ପୂଜା: ଜିଲ୍ଲାପାଳ

କଟକ: କଟକରେ ଦୁର୍ଗାପୂଜାକୁ ମଳିଲା ଅନୁମତି । ମଣ୍ଡପରେ ହୋଇପାରିବ ମା’ ଦୁର୍ଗାଙ୍କ ପୂଜା । ତେବେ ବିନା ଶ୍ରଦ୍ଧାଳୁରେ ମଣ୍ଡପରେ ହେବ ମାଆଙ୍କ ପୂଜା । ଭିଡ଼ ନଜମାଇ କମିଟି କରିପାରିବେ ପୂଜା । ସେପଟେ ଜିଲ୍ଲାପାଳଙ୍କ ଏଭଳି ନିଷ୍ପତ୍ତିକୁ ବିଭିନ୍ନ ପୂଜା କମିଟି ପକ୍ଷରୁ ସ୍ବାଗତ କରାଯାଇଛି । କାରଣ କରୋନା ସଂକ୍ରମଣ ରୋକିବା ଉପରେ ଯଥେଷ୍ଟ ଗୁରୁତ୍ୱ ଦେଇଛି ଜିଲ୍ଲା ପ୍ରଶାସନ । ସେଥିପାଇଁ ବିଭିନ୍ନ ପୂଜା ଓ ସାହି କମିଟି ମାନଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯାଇଛି ।

କଟକର କୌଣସି ମଣ୍ଡପରେ ଭିଡ଼ କିମ୍ବା ଶ୍ରଦ୍ଧାଳୁଙ୍କ ସମାଗମକୁ ପ୍ରଶୟ ଦିଆଯିବ ନାହିଁ । କାରଣ ବର୍ତ୍ତମାନ କଟକରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖିଲେ କେବଳ ମଣ୍ଡପ ଏବଂ ନିଜ ନିଜ ଘରେ ପୂଜାର ଆୟୋଜନ ପାଇଁ ଅନୁମତି ଦିଆଯିବ ।

କିଛିଦିନ ହେବ କଟକରେ ସାର୍ବଜନୀନ ଦଶହରା ପୂଜା ଆୟୋଜନକୁ ନେଇ ଲାଗିରହିଥିଲା ଦ୍ୱନ୍ଦ୍ୱ । ଗଣେଷ ପୂଜାଠାରୁ ସମସ୍ତ ପୂଜା ମଣ୍ଡପରେ ମା’ ଦୁର୍ଗାଙ୍କ ମୃଣ୍ମୟୀ ମୃର୍ତ୍ତି ତିଆରି ଆରମ୍ଭ ହୋଇଥାଏ । ମାତ୍ର ପ୍ରଶାସନର କୌଣସି ସ୍ପଷ୍ଟ ନିଷ୍ପତ୍ତି ନ ଆସିଥିବାରୁ ସମସ୍ତ ପୂଜା ମଣ୍ଡପ ଖାଁ ଖାଁ ପଡିବା ସହିତ ତାଲା ଝୁଲି ରହିଥିଲା । ତେଣୁ ପୂଜା ଆୟୋଜନ ଲାଗି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ କମିଟି । ତେବେ ଆଜିର ନିଷ୍ପତ୍ତି ପରେ ସାର୍ବଜନୀନ ପୂଜା ଆୟୋଜନ ପାଇଁ ଅନୁମତି ଦେଇଛନ୍ତି ଜିଲ୍ଲାପାଳ ।

Leave a Reply