କଟକର ଜାରି କରାଯାଇଥିବା କର୍ଫ୍ୟୁ ଅବଧି ଶେଷ, ସଂଧ୍ୟା ୭ଟା ପର୍ଯ୍ୟନ୍ତ ବଳବତ୍ତର ଇଣ୍ଟରନେଟ୍ କଟକଣା

କଟକ : ଶୋଭାଯାତ୍ରାରେ ଗଣ୍ଡଗୋଳରୁ ଉତ୍ତେଜନା ଘଟଣା। କଟକର ଜାରି କରାଯାଇଥିବା କର୍ଫ୍ୟୁ ଅବଧି ଶେଷ ହୋଇଛି। ଧିରେ ଧିରେ ସ୍ଵାଭାବିକ ହେଉଛି ଜନଜୀବନ। କର୍ଫ୍ୟୁ ସରିବା ନେଇ ପ୍ରଶାସନ ପକ୍ଷରୁ ବିଧିବଦ୍ଧ ଘୋଷଣା କରାଯାଇନାହିଁ। ଆଗକୁ କର୍ଫ୍ୟୁ ଜାରି ରହିବ ନା କୋହଳ କରାଯିବ ଏ ନେଇ ପ୍ରଶାସନ ଘୋଷଣା କରିପାରେ। ତେବେ ସୋସିଆଲ ମିଡିଆ ଉପରେ କଟକଣା ଜାରି ରହିଛି। ଗତକାଲିଠାରୁ ଆଉ କୌଣସି ନୂଆ ଗଣ୍ଡଗୋଳ ହୋଇ ନାହିଁ। ତଥାପି ପରିସ୍ଥିତି ଉପରେ କଡ଼ା ନଜର ରଖିଛି ପ୍ରଶାସନ। ବରିଷ୍ଠ ପୋଲିସ ଅଧିକାରୀ କ୍ୟାମ୍ପ କରି ସେଠାରେ ରହିଛନ୍ତି ଓ ପରିସ୍ଥିତି ଉପରେ ରଖିଛନ୍ତି ତୀକ୍ଷଣ ନଜର। କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଏଡ଼ାଇବାକୁ ସବୁ ସ୍ତରରେ ଉଦ୍ୟମ ଚାଲିଛି। ଇଣ୍ଟରନେଟ ଓ ସୋସିଆଲ ମିଡିଆ କଟକଣା ଆଜି ସଂଧ୍ୟା ୭ ଯାଏ ରହିବ। କୌଣସି ପ୍ରକାର ଗୁଜବକୁ ସୁଯୋଗ ନ ଦେବାକୁ ଏହି ନିଷ୍ପତ୍ତି ନିଆଯାଇଛି। କଟକ ମହାନଗର ନିଗମ ଅଞ୍ଚଳ, ସିଡ଼ିଏ ଅଞ୍ଚଳ ଓ ବୟାଳିଶି ମୌଜା ଅଞ୍ଚଳରେ ଏହି ପ୍ରତିବନ୍ଧକ ଲାଗୁ କରାଯାଇଛି । ୩୬ ଘଣ୍ଟା ଧରି ଆଜି ସକାଳ ୧୦ ଟା ଯାଏ କର୍ଫ୍ୟୁ ଲଗାଯାଇଥିଲା।