spot_img

Latest Posts

କଟକରେ ଡବଲ ମର୍ଡର : ବାପା ଓ ସାବତ ମାଆକୁ ହତ୍ୟା କଲା ପୁଅ

କଟକ : କଟକରେ ଡବଲ ମର୍ଡର। କଟକ ଦରଘାବଜାର ଓଲ୍ଡ ଜେଲ୍ କଲୋନୀରେ ବାପା ଓ ସାବତ ମାଆକୁ ଅତି ନିର୍ମମ ଭାବେ ହତ୍ୟା କଲା ପୁଅ। ବାପା ମାଆଙ୍କୁ ହତ୍ୟା କରିବା ପରେ ସ୍ତ୍ରୀକୁ କଲ୍ କରି କହିଲା ସବୁକଥା। କଟକ ଓଲ୍ଡ ଜେଲ୍ କଲୋନୀରେ ଦୀପକ କୁମାର ଦାସ ଓ ତାଙ୍କ ପତ୍ନୀ ରିତାରାଣୀ ଦାସ ରହିଆସୁଥିଲେ। ଜମିବାଡିକୁ ନେଇ ପୁଅ ଆଲୋକ କୁମାର ଦାସଙ୍କ ସହ ବିବାଦ ଲାଗି ରହିଥିଲା। ଆଉ ଏହି ବିବାଦ ଗତକାଲି ରାତିରେ ନେଇଥିଲା ଉଗ୍ରରୂପ। ଧାରୁଆ ଛୁରୀରେ ପ୍ରଥମେ ସାବତ ମାଆକୁ ହାଣି ହତ୍ୟା କରିବା ପରେ ବାପା ଯେତେବେଳେ ଆସି ପହଞ୍ଚିଥିଲେ ତାଙ୍କୁ ଅତର୍କିତ ଭାବେ ଆକ୍ରମଣ କରି ନୃଶଂସ ଭାବେ ହତ୍ୟା କରିଥିଲା। ଘଟଣାସ୍ଥଳରେ ଦରଘାବଜାର ପୋଲିସ ଓ ସାଇଣ୍ଟିଫିକ୍ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ଦୁଇ ମରଶରୀରକୁ ବ୍ୟବଚ୍ଛେଦ ପାଇଁ ଏସସିବି ମେଡିକାଲକୁ ପଠାଇଛି ପୋଲିସ। ହତ୍ୟାକାରୀ ପୁଅକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ।

Latest Posts

Don't Miss