ଅନେଶତ ବାତ୍ୟା ଭଳି କରାଳ ରୂପ ଦେଖାଇବ ଅମ୍ଫାନ… ଅପରାହ୍ନରେ ପଶ୍ଚିମବଙ୍ଗର ସୁନ୍ଦରବନରେ କରିବ ଲ୍ୟାଣ୍ଡଫଲ୍‌

ଭୁବନେଶ୍ୱର: ମାଡି ଆସୁଛି ବାତ୍ୟା, ଉପକୂଳରେ ଦେଖାଇଲାଣି ପ୍ରଭାବ । ମହାବାତ୍ୟା ପରେ ବଙ୍ଗୋପସାଗରରେ ଦ୍ୱତୀୟ ମହାବାତ୍ୟା ଅମ୍ଫାନ ତାଣ୍ଡବ ରଚିବାକୁ ଯାଉଛି । ବର୍ତ୍ତମାନ ପାରାଦୀପଠାରୁ ୧୫୫ କିମି ଦୂରରେ ରହିଛି ଅମ୍ଫାନ୍‌ । ସେହିପରି ଦୀଘାରୁ ୨୮୦ ଓ ବାଙ୍ଗଲାଦେଶରୁ ୪୨୫ କିମି ଦୂରରେ ରହିଛି  । ଘଣ୍ଟା ପ୍ରତି ୧୧ କିମି ବେଗରେ ଏହା ସ୍ଥଳଭାଗ ଆଡକୁ ଆସୁଛି। ଆଜି ଅପରାହ୍ନରେ ପଶ୍ଚିମବଙ୍ଗ ସୁନ୍ଦରବନରେ ଲ୍ୟାଣ୍ଡଫଲ୍‌ କରିବ। ଲ୍ୟାଣ୍ଡଫଲ୍‌ କରିବା ସମୟରେ ପବନର ବେଗ ୧୫୫ ରୁ ୧୬୫ କିମି ମଧ୍ୟରେ ରହିପାରେ । ତେବେ ଅମ୍ଫାନ ସୁପର ସାଇକ୍ଲୋନରୁ ସାମାନ୍ୟ ଦୁର୍ବଳ ହୋଇ ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହୋଇଛି ।

ପ୍ରଭାବରେ ଉପକୂଳ ଓଡିଶାର ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱରେ ୭୫ ରୁ ୮୫ କମି ବେଗରେ ପବନ ବୋହିବା ସହ ବର୍ଷା ଜାରି ରହିଛି । ଅନ୍ୟପଟେ ବାତ୍ୟା ଅମ୍ଫାନ ୬ ଜିଲ୍ଲାର କ୍ଷୟକ୍ଷତି ଘଟାଇବ । ଚାଳଛପର ଉଡାଇବା ସହ ଓପାଡିବ ଗଛ ଓ ବିଦ୍ୟୁତ ଖୁଣ୍ଟି । ବାତ୍ୟା ଯୋଗୁ କଚ୍ଚା ଓ ପକ୍କା ରାସ୍ତା ପ୍ରଭାବିତ ହେବାକୁ ଥିବା ବେଳେ ରେଳପଥ ମଧ୍ୟ କ୍ଷତିଗ୍ରସ୍ତ ହୋଇପାରେ । ସେହିପରି ବ୍ୟାପକ ଫସଲ ନଷ୍ଟ ହେବାର ଆକଳନ କରିଛି ପାଣିପାଗ ବିଭାଗ । ପାରାଦୀପ  ଓ ଧାମରା ବନ୍ଦରରେ ୮ ନମ୍ବର ବିପଦ ସଙ୍କେତ ଜାରି ହୋଇଛି । ସେହିପରି ପୁରୀ ଓ ଗୋପାଳପୁର ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଜାରି କରିଛି ପାଣିପାଗ ବିଭାଗ ।

Leave a Reply