ଜେଲ୍‌ ଭିତରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ, ୫୦ ଲକ୍ଷ କ୍ଷତିପୂରଣ ଦାବି

ଭୁବନେଶ୍ୱର: ଜେଲ୍‌ ଭିତରେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା । ମୃତକଙ୍କ ପରିବାର ଲୋକଙ୍କ ମାଗିଲେ କ୍ଷତିପୂରଣ । କହିଲେ ବିନା କାରଣରେ ତାଙ୍କୁ ଜେଲ୍‌ରେ ରଖାଯାଇଥିଲା । ଜେଲ୍‌ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଗୋଟିଏ ନିରୀହ ଜୀବନ ଚାଲିଯାଇଛି ।

ସୂଚନାଯୋଗ୍ୟ, ଗତ ୧୭ ଜାନୁଆରୀରେ ଝାରପଡା ଜେଲରେ ଦୀର୍ଘ ୧୨ ବର୍ଷ କାଳ ମାଓବାଦୀ ସନ୍ଦେହରେ ରହିଥିବା ବିଚାରାଧୀନ ବନ୍ଦୀ ରବି ଦୂଲେଙ୍କ ଆକସ୍ମିକ ମୃତ୍ୟୁ ହାଇଥିଲା । ଏହାକୁ ନେଇ ନାନା ପ୍ରଶ୍ନ ଉଠିଛି । ତାଙ୍କ ମାନସିକ ସ୍ଥିତି ଠିକ ନଥିଲା । କିନ୍ତୁ ପୋଲିସ ତାଙ୍କୁ ଜିମାକୁ ନେଇ ୯ଟି ମକଦ୍ଦମା ରୁଜୁ କରିଥିଲା ।

ନୟାଗଡ଼ ଅସ୍ତ୍ରାଗାର ଲୁଟରେ ତାଙ୍କୁ ଅଭିଯୁକ୍ତ ଦର୍ଶାଯାଇଥିଲା । ପରେ ଏହା ମିଥ୍ୟା ପ୍ରମାଣିତ ହୋଇଥିଲା । ଭୁଲ ତଦନ୍ତ ଯୋଗୁ ଏଭଳି ହୋଇଛି । କୋର୍ଟ ଏକଥା ପ୍ରମାଣିତ କରିଛନ୍ତି । ଯେ ପର୍ଯ୍ୟନ୍ତ ତାଙ୍କୁ ଦୋଷୀ ବୋଲି କୋର୍ଟ କହିନାହାଁନ୍ତି, ସେତେବେଳେ ପର୍ଯ୍ୟନ୍ତ ସେ ନିରୀହ । ଜଣେ ନିରୀହ ଲୋକ ଯେତେବେଳେ ଜେଲ ପରିସରରେ ମୃତ୍ୟୁ ବରଣ କରିଛି, ଏଥିପାଇଁ ତାଙ୍କୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ସହ ପରିବାରକୁ ନ୍ୟାୟ ଦେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ମାନବାଧିକାର କର୍ମୀ ବିଶ୍ୱପ୍ରିୟ କାନୁନଗୋ ।

Leave a Reply