ବସରେ କରେଣ୍ଟ ଲାଗିବା ଘଟଣା, ମୃତ୍ୟୁସଂଖ୍ୟା ୧୦କୁ ବୃଦ୍ଧି

କଟକ: ବ୍ରହ୍ମପୁର ବସ୍‌ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି । ଏସ୍‌ସିବିରେ ଭର୍ତ୍ତି ହୋଇଥିବା ୯ ଆହତଙ୍କ ମଧ୍ୟରୁ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ୧୧ ବର୍ଷର ବାଳକ ୟୁ .ଦେବ ରାଜ । ଅନ୍ୟ ୩ ଜଣ ମହିଳା ଓ ୪ ଜଣ ପୁରୁଷ ଚିକିତ୍ସିତ ହେଉଛନ୍ତି । ସେପଟେ ଗୁରୁତରମାନଙ୍କ ଚିକିତ୍ସା ପାଇଁ ସରକାରଙ୍କ ପକ୍ଷରୁ ଏସ୍‌ସିବିରେ ସମସ୍ତ ପ୍ରସ୍ତୁତି କରାଯାଇଛି ।ଚିକିତ୍ସା ପାଇଁ ପ୍ଲାଷ୍ଟିକ ସର୍ଜରୀ, ସର୍ଜରୀ, ନିଶ୍ଚେତକ, ଭେଷଜ ବିଭାଗର ଡାକ୍ତରଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଛି । ଟ୍ରମା ୱାର୍ଡରେ ୧୦ଟି ବେଡ୍‌ ପ୍ରସ୍ତୁତ କରାଯାଇଛି । ଗୁରୁତର ମାନଙ୍କ ଚିକିତ୍ସା କ୍ଷେତ୍ରରେ ସମସ୍ତ ପ୍ରକାରର ସହଯୋଗ କରାଯିବ ବୋଲି ଏସସିବି ଜରୁରୀକାଳୀନ ଅଧିକାରୀ ଜଣାଇଛନ୍ତି ।

Leave a Reply