ବଙ୍ଗୋପସାଗରରେ ବଳ ଗୋଟାଉଛି ଲଘୁଚାପ, ଗତି ପରିବର୍ତ୍ତନ ନହେଲେ ପ୍ରଭାବିତ ହେବ ଓଡ଼ିଶା

1 min read

ଭୁବନେଶ୍ୱର: ୱେଲ୍‌ମାର୍କ ଲୋ’ ପ୍ରେସର୍‌ର ରୂପନେଲା ଦକ୍ଷିଣ- ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଅବପାତର ରୂପ ନେବ । ୧୬ ତାରିଖରେ ଏହା ବାତ୍ୟାର ରୂପ ନେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ କି ନାହିଁ, ତାହା ୧୭ ତାରିଖରେ ସ୍ପଷ୍ଟ ହେବ । ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲା ପାଇଁ ପାଣିପାଗ ବିଭାଗ ୟେଲୋ ଆଲର୍ଟ ଜାରି କରିଛି ।

ବଙ୍ଗୋପସାଗରରେ ବଳ ଗୋଟାଉଛି ଲଘୁଚାପ । ୧୬ ସଂଧ୍ୟାରେ ନେବ ଅସଲ ରୂପ । ବାତ୍ୟର ଗତି ଗତି ପରିବର୍ତ୍ତନ ନହେଲେ ପ୍ରଭାବିତ ହେବ ଓଡ଼ିଶା । ତେବେ ବିଶେଷଜ୍ଞଙ୍କ ଆକଳନ ହେଉଛି  ବାହାରୁ ବାହାରୁ ଏହା ବାଂଲାଦେଶ ମୁହାଁ ହେବ । ସମ୍ଭାବ୍ୟ ବାତ୍ୟା ‘ଆମ୍ଫାନ’କୁ ନେଇ ଏଭଳି ଆକଳନ କରାଯାଇଛି । ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୱେଲମାର୍କ ଲୋ’ ପ୍ରେସର ଅବପାତରେ ପରିଣତ ହେବ । ୧୬ ତାରିଖ ସଂଧ୍ୟା ସୁଦ୍ଧା ଏହା ଘନୀଭୂତ ହୋଇ ବାତ୍ୟାର ରୂପ ନେବ । ୧୭ ତାରିଖରେ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ପରେ ଏହା ଗତି ବଦଳାଇ ଉତ୍ତର-ଉତ୍ତର ପୂର୍ବ ଦିଗରେ ମୁହାଁଇବ । ଏହା ୧୯ ତାରିଖ ପର୍ଯ୍ୟନ୍ତ ବଙ୍ଗୋପସାଗରରେ ରହିବ ।

ବାତ୍ୟାର ରୂପ ନେବା ପରେ ଉପକୂଳ ଓଡ଼ିଶାରେ ବର୍ଷା ଲାଗିରହିବ । ବିଶେଷକରି ୧୮ ତାରିଖରେ ଗଞ୍ଜାମ, ଗଜପତି, ଜଗତସିଂହପୁର, ପୁରୀ, କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷା ହୋଇପାରେ । ୧୯ ତାରିଖରେ ମଧ୍ୟ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଣ୍ଟା ପ୍ରତି ୭୦ରୁ ୮୦ କିଲୋମିଟର ବେଗରେ ପବନ ବହିବ । ଯଦି ୧୭ ତାରିଖରେ ଏହା ଗତି ପରିବର୍ତ୍ତନ ନ କରେ ତେବେ ଓଡ଼ିଶା ପ୍ରତି ବିପଦ ସୃଷ୍ଟି କରିପାରେ । ଏହାକୁ ଦୃଷ୍ଟିରେ ରଖି ୧୭ ତାରିଖ ସନ୍ଧ୍ୟା । ସୁଦ୍ଧା ସମସ୍ତ ମତ୍ସ୍ୟଜୀବୀ ସମୁଦ୍ରରୁ ଫେରିଆସିବାକୁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ‘ଅମ୍ପାନ’ ଉପରେ ତୀକ୍ଷ୍ଣ ନଜର ରଖିଛି ପାଣିପାଗ ବିଭାଗ । ରାଜ୍ୟ ସରକାର ମଧ୍ୟ ମୁକାବିଲା ପାଇଁ ସଜାଗ ଅଛନ୍ତି ।

ଫନି ଭଳି ଶକ୍ତିଶାଳୀ ହୋଇନପାରେ କିନ୍ତୁ ବୁଲ୍‌ବୁଲ୍‌ ଭଳି ପ୍ରଭାବ ରହିବାର ଆଶଙ୍କା

ଗତବର୍ଷ ମେ’ ୩ ତାରିଖରେ ଓଡ଼ିଶାରେ ତାଣ୍ଡବ ରଚିଥିଲା ବାତ୍ୟା ଫନି । ପୁରୀ ସମେତ ରାଜଧାନୀ ଭୁବନେଶ୍ୱର ଛାରଖାର ହୋଇଯାଇଥିଲା । ଏବେ ବାତ୍ୟା ଅମ୍ଫାନ ବଙ୍ଗୋପସାଗରେ ଧୀରେଧୀରେ ଶକ୍ତିଶାଳୀ ହେଉଛି । ଫନି ଭଳି ଏହା ଭୟଙ୍କର ନହେଲେ ବି ହୁଡ୍‌ହୁଡ୍‌ ଭଳି ବର୍ଷା ପବନ ହେବ ବୋଲି ଆକଳନ କରାଯାଉଛି ।

Leave a Reply