spot_img

Latest Posts

ଦିଲ୍ଲୀ ବିସ୍ଫୋରଣ ଘଟଣା : ଅମିତ ଶାହଙ୍କ ଅଧ୍ଯକ୍ଷତାରେ ଉଚ୍ଚସ୍ତରୀୟ ବୈଠକ

ନନ୍ଦିଘୋଷ ବ୍ୟୁରୋ :  ଦିଲ୍ଲୀ ଲାଲକିଲ୍ଲା କାର ବିସ୍ଫୋରଣ ଘଟଣା। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ଯକ୍ଷତାରେ ଉଚ୍ଚସ୍ତରୀୟ ବୈଠକ। ବୈଠକରେ ଗୃହମନ୍ତ୍ରାଳୟର ବହୁ ବରିଷ୍ଠ ଅଧିକାରୀ ସାମିଲ ହୋଇଛନ୍ତି। ବୈଠକରେ ସାମିଲ ହୋଇଛନ୍ତି କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମୋହନ, ଗୁଇନ୍ଦା ନିର୍ଦ୍ଦେଶକ, ଏନଆଇଏ ମହାନିର୍ଦ୍ଦେଶକ ଓ ଦିଲ୍ଲୀ ପୋଲିସ କମିଶନର ସାମିଲ ହୋଇଛନ୍ତି। ଏହା ସହ ଜାମ୍ମୁ ଓ କାଶ୍ମୀରର ଜିଡିପି ବି ବୈଠକରେ ଯୋଗ ଦେଇଛନ୍ତି।
ଅପରାଧୀମାନଙ୍କୁ କୌଣସି କ୍ଷେତ୍ରର ଛଡ଼ାଯିବ ନାହିଁ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଏହା ସହ ସେ ମୃତକଙ୍କ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି।
ଦିଲ୍ଲୀ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୯ ହୋଇଛି। ତେଣେ ଏହା ଏକ ଆତ୍ମଘାତୀ ଘଟଣା ବୋଲି ଆଶଙ୍କା ପ୍ରକାଶ ପାଇଛି। ଦିଲ୍ଲୀ ବିସ୍ଫୋରଣ ଘଟଣା ପରେ ଉତ୍ତରପ୍ରଦେଶ ସମେତ ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ ଜାରି ରହିଛି। କିଛି ସ୍ଥାନରେ ରେଡ ବି ହୋଇଛି।
ସେପଟେ ବିସ୍ଫୋରଣ ପଛରେ ଜୈସ-ଏ-ମହମ୍ମଦ ସଂଗଠନର ହାତ ଥିବା ସ୍ପଷ୍ଟ ହେବାରେ ଲାଗିଛି। ଦିଲ୍ଲୀ ବିସ୍ଫୋରଣ ପୂର୍ବରୁ ଜୈସ ସମର୍ଥନରେ ଶ୍ରୀନଗରର ବିଭିନ୍ନ ଅଞ୍ଚଳରେ ଲାଗିଥିଲା ପୋଷ୍ଟର। ପରେ ଜାମ୍ମୁ ଓ କାଶ୍ମୀର, ଉତ୍ତରପ୍ରଦେଶ, ହରିଆଣା, ଦିଲ୍ଲୀରେ ପୋଲିସ ତଦନ୍ତ କରିଥିଲା। ଦିଲ୍ଲୀ ବିସ୍ଫୋରଣ ଘଟଣା ପରେ ୩ କାଶ୍ମୀର ଡାକ୍ତର ଆଦିଲ ଅହମ୍ମଦ ରାଥର, ମୁଜାମିଲ ସକିଲ ଓ ଉମର ମହମ୍ମଦଙ୍କ ସମ୍ପର୍କ ନେଇ ତଦନ୍ତ କରାଯାଉଛି।

Latest Posts

Don't Miss