ନନ୍ଦିଘୋଷ ବ୍ୟୁରୋ: ସବୁ ସଂସ୍ଥାର ୫୦ ପ୍ରତିଶତ କର୍ମଚାରୀ ୱାର୍କ ଫ୍ରମ୍ ହୋମ୍ ମୋଡ୍ ରେ କାମ କରିବେ। ବାକି ୫୦ ପ୍ରତିଶତ ଅଫିସ ଆସିବେ। ଏହି ନିର୍ଦ୍ଦେଶନାମା ସମସ୍ତ ସରକାରୀ ସଂସ୍ଥା ଓ ପ୍ରାଇଭେଟ କମ୍ପାନୀ ପ୍ରତି ଲାଗୁ ହେବ। ଭୟଙ୍କର ପ୍ରଦୂଷଣକୁ ଦେଖି ଏହି ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ସରକାର। ଯିଏ ନ ମାନିବ, ତା ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ଦିଲ୍ଲୀରେ ଏବେ ସୀମା ଟପିଛି ବାୟୁ ପ୍ରଦୂଷଣ। ଏୟାର କ୍ଵାଲିଟି ଇନଡେକ୍ସ ୪୦୦ ଉପରେ ରହିଛି। କେତେକ ସ୍ଥାନରେ ଏହା ୫୦୦ ପାଖାପାଖି ପହଞ୍ଚିଛି। ସ୍ଵାସ୍ଥ୍ୟ ପାଇଁ ଏହ ବହୁତ ଖରାପ। ତେଣୁ GRAP -4 ଲାଗୁ କରାଯାଇଛି। ବାୟୁର ମାନ ହ୍ରାସ ପାଇବା ସହିତ ଘନ କୁହୁଡ଼ି ହେବା ସ୍ଥିତିକୁ ସଂଗୀନ କରିଛି। ଗତକାଲି ଏଥିପାଇଁ ବିମାନ ଚଳାଚଳ ବି ପ୍ରଭାବିତ ହୋଇଥିଲା। ୨୦୦ଟି ଫ୍ଲାଇଟ ବାତିଲ ହୋଇଥିବା ବେଲେ ୮ ଶହରୁ ଅଧିକ ଫ୍ଲାଇଟ ଡେରିରେ ଚାଲିଥିଲା। ଟ୍ରେନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି। ଏତେ ପ୍ରଦୂଷଣ ଯେ, ଘରୁ ବାହାରିବାକୁ ଲୋକେ ଡରୁଛନ୍ତି।

