spot_img

Latest Posts

ସଂଘାତିକ ସ୍ତରରେ ଦିଲ୍ଲୀ ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ : ବାୟୁ ପ୍ରଦୂଷଣର ସବୁଠୁ ଖରାପ ସ୍ଥିତିରେ ପହଞ୍ଚିଛି ରାଜଧାନୀ ଦିଲ୍ଲୀ । ବଢୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ରାଜଧାନୀ ଦିଲ୍ଲୀ ଏନସିଆରରେ ଗ୍ରାପ୍-୪ ଲଗାଯାଇଛି । ଅକ୍ଷରଧାମରେ ଦିଶୁନି ରାସ୍ତାଘାଟ। ଏଠାରେ ୪୯୦ ଟପିଛି ଏକ୍ୟୁଆଇ। ସେହିପରି ୨୧ଟି ସ୍ଥାନରେ ସାଂଘାତିକ ସ୍ଥିତିରେ ପହଞ୍ଚିଛି ବାୟୁ ପ୍ରଦୂଷଣ। ସ୍ଥିତିକୁ ନଜରରେ ରଖି ନିର୍ମାଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ ନିଷେଧ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏକ୍ଯୁଆଇ ଭେରି ସିଭିୟର କାଟେଗୋରୀ ସ୍ତରରେ ପହଞ୍ଚିଥିବା ଯୋଗୁ ଜନଜୀବନ ବିପର୍ଯ୍ୟସ୍ତ ହୋଇଛି। ଏହାସହ ଦୃଶ୍ୟମାନ ଦୂରତା ବି ହ୍ରାସ ପାଇଛି। ଦିଲ୍ଲୀ-ଏନ୍ସିଆରରେ ଭାରିଯାନ ପ୍ରବେଶ ଉପରେ କଟକଣା ଲାଗୁ ହୋଇଛି। ଦିଲ୍ଲୀ, ନୋଏଡା, ଗୁରୁଗ୍ରାମ, ଫରିଦାବାଦ ଓ ଗାଜିଆବାଦରେ କଟକଣା ଜାରି ହୋଇଛି। ଏକ୍ୟୁଆଇ ସ୍ତର ୪୫୦ ଟପିଲେ ଗ୍ରାପ୍-୪ ଲାଗୁ ହୋଇଥାଏ। ବାୟୁ ପ୍ରଦୂଷଣ କମ କରିବାକୁ କଡ଼ା ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।

Latest Posts

Don't Miss