ଚାକିରୀ କରାଇ ଦେବାକୁ କହି ମାଗୁଥିଲେ ୫୦ ହଜାରର ଲାଞ୍ଚ, ଏବେ ଜେଲରେ

ପାରାଦୀପ: ଲାଞ୍ଚ ହେଲା କାଳ । ୩୦ ହଜାର ଲାଞ୍ଚ ନେବା ବେଳେ ଗିରଫ ହେଲେ ପାରାଦୀପ ବନ୍ଦର କୋଷ୍ଟଗାର୍ଡ ଇଲେକ୍ଟ୍ରିକାଲ ଜେଇ ରାଜୀବ ରଂଜନ ରେଡ୍ଡୀ । ଠିକାଦାରଙ୍କ ଠାରୁ ଲାଞ୍ଚ ନେବା ବେଳେ ରାଜୀବଙ୍କୁ ଗିରଫ କରିଛି ସିବିଆଇ । ଠିକାଦାରଙ୍କ ଅଧିନରେ ୬ଜଣ ପିଲାଙ୍କୁ କାମ କରିବାକୁ ଅନୁମତି ପାଇଁ ୫୦ ହଜାର ଦାବି କରିଥିଲେ ଜେଇ ରାଜୀବ ରଂଜନ ।

ତେବେ ୩୦ ହଜାରରେ କଥା ଛିଣ୍ଡି ଥିବା ବେଳେ, ସିବିଆଇ ଠାରେ ଅଭିଯୋଗ କରିଥିଲେ ଠିକାଦାର ମୋହନ ପରିଡ଼ା ।  ଅଭିଯୋଗ ପରେ ସିବିଆଇର ୧୪ ଜଣିଆ ଟିମ୍ ପାରାଦୀପ ପହଞ୍ଚି ଜେଇ ରାଜୀବ ରେଡ୍ଡୀଙ୍କୁ ଧରିଥିଲା । ଏଥିସହ ଜେଇଙ୍କ ଅଫିସ ଓ ବାସଗୃହରେ ଚଢାଉ କରି ବହୁ ପରିମାଣର କାଗଜପତ୍ର ଜବତ କରାଯାଇଛି ।  ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି ।

Leave a Reply