spot_img

Latest Posts

ପ୍ରଥମ ଭାରତୀୟ ଓସ୍କାର ବିଜେତାଙ୍କ ପରଲୋକ…

ମୁମ୍ୱାଇ: ପ୍ରଥମ ଭାରତୀୟ ଭାବେ ଓସ୍କାର ପୁରସ୍କାର ହାତେଇଥିବା ପୋଷାକ ଡ଼ିଜାଇନର ଭାନୁ ଆଥେଇୟାଙ୍କର ଗୁରୁବାର ପରଲୋକ ଘଟିଛି । ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ । ତାଙ୍କ ଝିଅ ଟ୍ୱିଟ୍ କରି ଭାନୁଙ୍କ ପରଲୋକ ଖବର ସମ୍ପର୍କରେ ସୂଚନା ଦେଇଛନ୍ତି । ୯୧ ବର୍ଷ ବୟସରେ ଭାନୁ ମୁମ୍ବାଇରେ ମୃତ୍ୟୁବରଣ କରିଥିବା ସେ କହିଛନ୍ତି । ୮ବର୍ଷ ପୂର୍ବେ ଭାନୁଙ୍କ ମସ୍ତିଷ୍କରେ ଟ୍ୟୁମର ହୋଇଥିଲା ଓ ସେ ପକ୍ଷାଘାତର ଶିକାର ହୋଇଥିଲେ ।

ଯେଉଁଥିପାଇଁ ଗତ ୩ ବର୍ଷ ହେଲା ସେ ଶଯ୍ୟାଶାୟୀ ଥିଲେ ।  ଦକ୍ଷିଣ ମୁମ୍ବାଇର ଚନ୍ଦନୱାଡି ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ଆଟେନବୋରୋଙ୍କ ଚଳଚ୍ଚିତ୍ର ‘ଗାନ୍ଧୀ‘ରେ ଶ୍ରେଷ୍ଠ ପୋଷାକ ଡିଜାଇନ୍ ପାଇଁ ସେ ଏକାଡେମୀ ପୁରସ୍କାର ଲାଭ କରିଥିଲେ । ସେ କୋଲହାପୁରରେ ଜନ୍ମଗ୍ରହଣ କରିଥିଲେ | ଏହା ପରେ ସେ  ମୟାନଗରୀ ମୁମ୍ବାଇକୁ କ୍ୟାରିୟର କରିବାକୁ ଆସିଥିଲେ | ସେ ୧୯୫୬ ମସିହାରେ ସୁପରହିଟ୍ ଚଳଚ୍ଚିତ୍ର ସିଆଇଡ଼ିରେ କ୍ୟାରିଅର ଆରମ୍ଭ କରିଥିଲେ ସେ । ଏହା ପରେ ରିଚାର୍ଡ ଆଟେନବୋରୋଙ୍କ ଗାନ୍ଧୀ ଚଳଚିତ୍ର ନିମନ୍ତେ ତାଙ୍କୁ ପୋଷାକ ଡ଼ିଜାଇନ ନିମନ୍ତେ ବଛା ଯାଇଥିଲା ।

ଏହି ଚଳଚ୍ଚିତ୍ରରେ ତାଙ୍କର ପ୍ରଶଂସନୀୟ କାର୍ଯ୍ୟ ଲାଗି ତାଙ୍କୁ ଓସ୍କାର ପୁରସ୍କାର ପ୍ରଦାନ କରାଯାଇଥିଲା ।   ଗାନ୍ଧୀ ଚଳଚ୍ଚିତ୍ର ନିର୍ଦ୍ଦେଶକ ରିଚାର୍ଡ ଆଟେନବୋରୋଙ୍କ ଅନୁଯାୟୀ, ଏହି ଚଳଚ୍ଚିତ୍ର ନିର୍ମାଣ ପାଇଁ ତାଙ୍କୁ ୧୭ ବର୍ଷ ସମୟ ଲାଗିଥିଲା, କିନ୍ତୁ ପୋଷାକ ଡିଜାଇନ୍ ପାଇଁ ଅଥାଇୟାଙ୍କ ନାମ ବାଛିବା ପାଇଁ ମାତ୍ର ୧୫ ମିନିଟ୍ ସମୟ ଲାଗିଥିଲା, କାରଣ ସେ ଏହି କାର୍ଯ୍ୟ ପାଇଁ ଉପଯୁକ୍ତ ଥିଲେ ବୋଲି ରିଚାର୍ଡ କହିଥିଲେ।

Latest Posts

Don't Miss