ବିପଦସଂକୁଳ ସମ୍ବଲପୁର ଲିମସରିଏନ ପୋଲ, ତୁରନ୍ତ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକଙ୍କ ଦାବି

ସମ୍ବଲପୁର : ସମ୍ବଲପୁର ଲିମସରିଏନ ପୋଲ । ୩ ଜିଲ୍ଲାର ଯାତାୟାତର ପ୍ରମୁଖ ମାଧ୍ଯମ । ଏବେ ବିପଦରେ ୫୦ ବର୍ଷ ତଙଲ ଏହି ପୁରୁଣା ବ୍ରିଜ୍ । କୌଣସି ସମୟରେ ଭୁସୁଡିବା ଆଶଂକା । ରାଜ୍ୟ ରାଜପଥ ସମ୍ବଲପୁର ସୋନପୁର ଓ ବୌଦ୍ଧ ଜିଲ୍ଲାର ମୁଖ୍ୟ ରାସ୍ତାରେ ରହିଛି ଏହି ବ୍ରିଜ। ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଲୋକ ଯାତାୟତ କରୁଛନ୍ତି । ବ୍ରିଜ ଟି ଅତି ପୁରୁଣା ହୋଇଥିବାରୁ ଅନେକ ସ୍ଥାନରେ ଭାଙ୍ଗି ଯାଇଛି । ବର୍ଷା ପାଇଁ ହୀରାକୁଦର ଗେଟ ଖୋଲା ଅଛି । ବନ୍ଯାପାଣି ବ୍ରିଜକୁ ଲାଗି ପ୍ରବାହିତ ହେଉଛି । ତେଣୁ କୌଣସି ସମୟରେ ଏହା ଭୁସୁଡ଼ି ଯାଇପାରେ ବୋଲି ଲୋକେ ଆଶଂକା କରିଛନ୍ତି ।
ସବୁଠାରୁ ବଡ଼କଥା ହେଲା ନିକଟ ଅତୀତରେ ଯେମିତି ଗୁଜୁରାଟରେ ପୋଲ ଭାଙ୍ଗି ଅନେକ ଲୋକଙ୍କ ଜୀବନ ଯାଇଛି । ତେଣୁ ଏହି ବ୍ରିଜ ଭାଙ୍ଗିଲେ ପୁଣି ସେହି ଘଟଣାର ପୂନରାବୃତ୍ତି ହେବ ବୋଲି ଲୋକେ ଆଶଂକା କରିଛନ୍ତି । ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କଲେ ସୁଦ୍ଧା ପଦକ୍ଷେପ ନିଆଯାଉ ନାହିଁ । ୫ ବର୍ଷ ହେଲେ ନୂତନ ବ୍ରିଜ ତିଆରି କାମ ଚାଲିଥିଲେ ସୁଦ୍ଧା ସମ୍ପୂର୍ଣ୍ଣ ହୋଇପାରୁନାହିଁ । ତେଣୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଲୋକେ ।