ରାତିରୁ ପଡ଼ିବ ଘନ କୁହୁଡ଼ି, କମିବ ଶୀତ

1 min read
Dense Fog Yellow Warning To Different Districts Of Odisha

ଭୁବନେଶ୍ୱର: କମିବ ଶୀତ, ପଡ଼ିବ ଘନ କୁହୁଡ଼ି । ରାଜ୍ୟରେ ଶୀତର ପ୍ରଭାବ କମିବ । ପ୍ରବଳ ଶୀତ ନେଇ ୭ ତାରିଖ ସକାଳ ୮ଟା ୩୦ ଯାଏ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୁଳ, ସୋନପୁର, ବଲାଙ୍ଗିର ଓ କଳାହାଣ୍ଡି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆଗାମୀ ୨ ଦିନ ଯାଏ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ପରେ ତାପମାତ୍ରା ୩ରୁ ୫ ଡିଗ୍ରୀ ସେଲସିୟସ୍ ଯାଏ ଆସ୍ତେ ଆସ୍ତେ ବୃଦ୍ଧି ପାଇବ ।

ଶୀତ ପ୍ରଭାବ କମିବାକୁ ଥିବାବେଳେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୯ ତାରିଖ ଯାଏ ଘନ କୁହୁଡ଼ି ଲାଗି ରହିବ । ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ସତର୍କ କରାଇଛନ୍ତି । ୮ ତାରିଖ ପାଇଁ ଘନ କୁହୁଡ଼ି ନେଇ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।

ସେହିଭଳି ୯ ତାରିଖ ପାଇଁ ୧୨ ଜିଲ୍ଲାକୁ ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ରହିଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କନ୍ଧମାଳ ଜିଲ୍ଲାକୁ ସତର୍କ କରାଯାଇଛି ।

Leave a Reply