ଏଣିକି ଲିଙ୍ଗରାଜ ମନ୍ଦିରରେ ଦର୍ଶନ, ପୂଜା କିମ୍ବା ପ୍ରସାଦ ପାଇଁ ଅନଲାଇନରେ ବୁକିଂ କରିପାରିବେ ଭକ୍ତ

ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିରରେ ଲାଗୁ ହେବ ଅନଲାଇନ୍ ସମନ୍ୱିତି ମନ୍ଦିର ପରିଚାଳନା ବ୍ୟବସ୍ଥା ବା ଆଇଟିଏମଏସ। ଏହାଦ୍ୱାରା ଏଣିକି ଭକ୍ତ ଦର୍ଶନ, ପୂଜା କିମ୍ବା ପ୍ରସାଦ ପାଇଁ ଅନଲାଇନରେ ବୁକିଂ କରିପାରିବେ। ଏନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ନିକଟରେ ଏକ ବୈଠକ ଅନୁଷ୍ଠିତ ହୋଇଛି।

ଆଇନ ବିଭାଗ ଏବଂ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ମିଳିତ ଭାବେ ଏହି ଅନଲାଇନ୍ ବ୍ୟବସ୍ଥା ଲାଗୁ କରିବେ । ଅନଲାଇନ ବ୍ୟବସ୍ଥାରେ ମନ୍ଦିରର ଐତିହ୍ୟ ଓ ସଂସ୍କୃତି ସମ୍ପର୍କରେ ମଧ୍ୟ ଉଲ୍ଲେଖ କରାଯିବ । ଏନଆଇସି ଏହି ଆଇଟିଏମଏସ ବ୍ୟବସ୍ଥାର ଡିଜାଇନ ପ୍ରସ୍ତୁତ କରିବ। ଧାର୍ମୀୟ ଭାବନାକୁ ସମ୍ମାନ ଦେଇ ଏହି ବ୍ୟବସ୍ଥା ଲାଗୁ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।