କରୋନାର ହେବ ମୂଳୋତ୍ପାଟନ, ଚାରି ଦିନ ସଟ୍‌ଡାଉନ୍‌ ଘୋଷଣା କଲା ପ୍ରଶାସନ

1 min read
Dhenkanal Shut Down

ଢ଼େଙ୍କାନାଳ: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ସେଥିପାଇଁ ସାରା ରାଜ୍ୟରେ ଏବେ ବି ବିଭିନ୍ନ ସ୍ଥାନରେ ଲକ୍‌ଡାଉନ୍‌ ସଟ୍‌ଡାଉନ୍‌ ପ୍ରକ୍ରିୟା ଜାରି ରହିଛି । ପ୍ରଶାସନ ପକ୍ଷରୁ କରୋନା ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି ।

ତେବେ ଏହି ପରିପ୍ରେକ୍ଷୀରେ ଢ଼େଙ୍କାନାଳ ସହରରେ କରୋନା ସଂକ୍ରମଣ ବଢ଼ିବାକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ପକ୍ଷରୁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି । ଗୁରୁବାରଠାରୁ ଆସନ୍ତା ୪ ଦିନି ପର୍ଯ୍ୟନ୍ତ ଢେ଼ଙ୍କାନାଳ ପୌରାଞ୍ଚଳକୁ ସଟଡାଉନ ଘୋଷଣା କରାଯାଇଛି । ସହରରେ କରୋନା ସ୍ଥିତିର ମୁକାବିଲା କରିବା ସହ କିପରି ସମ୍ପୂର୍ଣ ସହର ଜିରୋ କରୋନା ସଂକ୍ରମିତ ସହରରେ ପରିଣତ ହେବ ସେନେଇ ପ୍ରଶାସନ ତାର ପ୍ରଚେଷ୍ଟା ଆରମ୍ଭ କରିଛି ।

ରାଜ୍ୟରେ ଢ଼େଙ୍କାନାଳ ଜିଲ୍ଲା କରୋନା ନିୟନ୍ତ୍ରଣରେ ୨୫ ତମ ସ୍ଥାନରେ ରହିଛି । ହେଲେ କରୋନାକୁ ସମ୍ପୂର୍ଣ୍ଣ ମୂଳୋତ୍ପାଟନ ପାଇଁ ଜିଲ୍ଲା ପ୍ରଶାସନ କରିଛି ବ୍ଲୁ-ପ୍ରିଣ୍ଟ । ଆସନ୍ତା ୪ ଦିନ ଅର୍ଥାତ୍ ୩୦ ତାରିଖ ପର୍ଯ୍ୟନ୍ତ ପୌରାଞ୍ଚଳରେ ସମସ୍ତ ଦୋକାନ ବଜାର ବନ୍ଦ ରହିବ । ସ୍ୱେଚ୍ଛାକୃତ ଭାବେ ଆଣ୍ଟିଜେନ୍‌ ଟେଷ୍ଟ କରିବା ପାଇଁ ଜିଲ୍ଲା ପ୍ରଶାସନ ସହରବାସୀଙ୍କୁ ନିବେଦନ କରିଛନ୍ତି । ବିଶେଷ କରି ଏହି ସଟ୍‌ଡାଉନ୍‌ ଦ୍ୱାରା ବ୍ୟବସାୟୀ ତଥା ପରିବା ବେପାରୀ, ମାଛ ବେପାରୀ ଓ ବହୁ ଉଠା ଦୋକାନୀ ନିଜର ଆଣ୍ଟିଜେନ୍‌ ଟେଷ୍ଟ କରିବା ପାଇଁ ୪ ଦିନ ଧରି ସଟଡାଉନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ ।

Leave a Reply