ଢେଙ୍କାନାଳରେ ଦାରୁ ସଂଗ୍ରହକୁ ବିରୋଧ: ଗିରଫ ଦାବି କଲା ଦଇତାପତି ନିଯୋଗ

ଢେଙ୍କାନାଳ: ଓଡ଼ାପଡା ବ୍ଲକ ଏକଘରିଆ ଗାଁର ଶରଣ ଶ୍ରୀକ୍ଷେତ୍ର ପରିସରରେ ନବନିର୍ମିତ ମନ୍ଦିରରେ ବିଗ୍ରହ ସ୍ଥାପନ ପାଇଁ ଦାରୁ ସଂଗ୍ରହ ଲାଗି ସ୍ବତନ୍ତ୍ର ପୂଜାର୍ଚ୍ଚନା ଓ ବନଯାଗ ଯାତ୍ରା ପ୍ରସଙ୍ଗ । ଏହାକୁ ନେଇ ପ୍ରଶ୍ନ କରିଛି ପୁରୀ ଦଇତାପତି ନିଯୋଗ । ଶ୍ରୀଜଗନ୍ନାଥଙ୍କ ମୂଳପୀଠ ଛଡ଼ା ଅନ୍ୟ କୌଣସି ସ୍ଥାନରେ ବନଯାଗ ଯାତ୍ରା ଶାସ୍ତ୍ରସମ୍ମତ ନୁହେଁ କହି ଏହାକୁ ଦଇତାପତି ସେବକମାନେ ନିନ୍ଦା କରିଛନ୍ତି । ଢେଙ୍କାନାଳରେ ଅଦିନିଆ ବନଜାଗ ଯାତ୍ରା ବେଆଇନ । ନବକଳେବର ପରମ୍ପରାକୁ କ୍ଷୁର୍ଣ୍ଣ କରାଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଦଇତାପତି ନିଯୋଗ ସମ୍ପାଦକ କହିଛନ୍ତି । କଟାଯାଇଥିବା ବୃକ୍ଷକୁ ଜବତ କରିବା ସହ ଏପରି କରିଥିବା ଚିଣ୍ଟୁ ବାବାଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦଇତାପତି ନିଯୋଗ ପକ୍ଷରୁ ଦାବି କରାଯାଇଛି ।

ସୂଚନା ଯୋଗ୍ୟ , ଢେଙ୍କାନାଳ ଶରଣ ଶୀକ୍ଷେତ୍ରରେ ମହାପ୍ରଭୁଙ୍କ ମନ୍ଦିରରେ ବିଗ୍ରହ ସ୍ଥାପନ ନେଇ ବନଯାଗ ଯାତ୍ରା ଆୟୋଜନ କରାଯାଇଥିଲା । ବିଗ୍ରହ ନେଇ ଦାରୁ ଚିହ୍ନଟ ସହ ସଂଗ୍ରହ କରାଯାଇଥିଲା । ତେବେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂଳପୀଠ ପୁରୀରେ ହିଁ ନବକଳେବରରେ ଦାରୁ ପରିବର୍ତ୍ତନର ବିଧି ରହିଥିବା ବେଳେ ଅନ୍ୟତ୍ର ଦାରୁ ସଂଗ୍ରହ କରିବା ମୂଳ ପରମ୍ପରାର ଉଲ୍ଲଂଘନ  ବୋଲି କହିଛ ଦଇତାପତି ନିଯୋଗ ।