spot_img

Latest Posts

ହାତୀ ଆକ୍ରମଣରେ ବୃଦ୍ଧା ମୃତ

ହାତୀ ଆକ୍ରମଣରେ ବୃଦ୍ଧା ମୃତ। ଢେଙ୍କାନାଳ ସଦର ରେଞ୍ଜ ସଂସାଇଲ ଗ୍ରାମ ନିକଟରେ ହାତୀ ଆକ୍ରମଣ। ମୃତକ ହେଲେ ସଂସାଇଲ ଗାଁର ବ୍ରଜ ବନ୍ଧୁ ସାହୁଙ୍କ ପତ୍ନୀ ଗୀତାଞ୍ଜଳୀ ସାହୁ। ଆଜି ସକାଳୁ ସକାଳୁ ଜଙ୍ଗଲକୁ ଆମ୍ବ ଗୋଟାଇବାକୁ ଯାଉଥିବା ବେଳେ ଆକ୍ରମଣ କରିଥିଲା ଦନ୍ତା। ଫଳରେ ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ଗାଁର ଆଖ ପାଖ ଜଙ୍ଗଲରେ ଗତ କିଛି ଦିନ ହେବ ଉତ୍ପାତ ମଚାଉଥିଲା ଗୋଠଛଡା ଦନ୍ତା। ବାରମ୍ବାର ବନବିଭାଗକୁ ଅବଗତ କରାଇଥିଲେ ସୁଦ୍ଧା ବନବିଭାଗର ଏଥିପ୍ରତି ଦୃଷ୍ଟି ନଥିଲା। ଏହାକୁ ନେଇ ଘଟଣାସ୍ଥଳରେ ଉତେଜନା ସୃଷ୍ଟି ହୋଇଥିଲା । ବନ କର୍ମଚାରୀ ଓ ସଦର ରେଂଜର ଘଟଣାସ୍ଥଳରେ ପହଞ୍ଚିବା ପରେ ଗ୍ରାମବାସୀମାନେ ବନ ବିଭାଗର ମନମାନିକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ । ତୁରନ୍ତ ଅଞ୍ଚଳରେ ସୋଲାର ଲାଇଟ, ଗଜ ସାଥୀ ଦେବା ସହିତ ନିୟମିତ ପେଟ୍ରୋଲିଙ୍ଗ କରିବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି ।

Latest Posts

Don't Miss