ନନ୍ଦିଘୋଷ ବ୍ୟୁରୋ ; ରାଜସ୍ଥାନର ଧୋଲପୁର ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ନବବଧୂ ସୁନା, ରୂପା ଅଳଙ୍କାର ଏବଂ ନଗଦ ଟଙ୍କା ନେଇ ପଳାଇଯାଇଛି। ନବବିବାହିତା କନ୍ୟା ନିଜର ବର ଓ ଶ୍ୱଶୁର ଘର ଲୋକଙ୍କୁ ନିଶା ଦେଇ ଚେତାଶୂନ୍ୟ କରିଦେଲା। ଆଉ ସବୁ ଲୁଟି ନେଇ ଚାଲିଗଲା । ବିବାହ ପାଇଁ ଶ୍ବଶୁର ଘର ଲୋକ ଲକ୍ଷେ ୨୦ ହଜାର ଋଣ ଆଣିଥିଲେ ।
ଧୋଲପୁରର ପିଫେରା ଗାଁର ବାସିନ୍ଦା ସୋନୁ ଦୁଇ ଦିନ ପୂର୍ବରୁ ବିବାହ କରିଥିଲେ । ତାଙ୍କ ସ୍ତ୍ରୀକୁ ଘରକୁ ଆଣିଥିଲେ। ସମଗ୍ର ଘର ଆନନ୍ଦରେ ପୂର୍ଣ୍ଣ ହୋଇଯାଇଥିଲା। ପରିବାର ଲୋକ ବହୁତ ଉତ୍ସାହ ଏବଂ ଆଡମ୍ବର ସହିତ ବିବାହ ରୀତିନୀତି ସମାପ୍ତ କରିଥିଲେ। କିନ୍ତୁ ବିବାହ ପରେ କନ୍ୟା ନିଜ ଶ୍ବଶୁର ଘର ଲୋକଙ୍କୁ ନିଶା ଦେଇଥିଲା । ସେମାନେ ଅଚେତ ହୋଇଟିବା ପରେ ସବୁ ନେଇ ଚାଲିଯାଇଥିଲା । ସକାଳେ ଚେତା ଫେରିବା ପରେ ପୋଲିସକୁ ଖବର ଦେଇଥିଲେ ।
ପୋଲିସ ଖବର ପାଇଁ ଗାଁରେ ପହଞ୍ଚି ଅଚେତ ପରିବାର ସଦସ୍ୟଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ । ବର୍ତ୍ତମାନ ସେମାନଙ୍କର ଚିକିତ୍ସା ଚାଲିଛି। ଅଭିଯୋଗ ଆଧାରରେ, ପୋଲିସ ତଦନ୍ତ ଜାରି ରହିଛି ।

