ଜାଣନ୍ତୁ ଗାଏକ୍ବାଡଙ୍କୁ କାହିଁକି ଧୋନୀ ଦେଲେ ଚେତାବନୀ

1 min read

ନନ୍ଦିଘୋଷ ବ୍ୟୁରୋ: ଆଇପିଏଲରେ ୫ଥର ଚାମ୍ପିୟନ ହୋଇଥିବା ଚେନ୍ନାଇ ସୁପରକିଙ୍ଗ୍ସ ଚଳିତ ବର୍ଷ ମଧ୍ୟମ ଧରଣର ପ୍ରଦର୍ଶନ ଜାରି ରଖିଛି। ୯ଟି ମ୍ୟାଚରୁ ୫ ପରାଜୟ ସହ ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରେ ରହିଛି । ତେବେ ଚଳିତ ବର୍ଷ ଆରମ୍ଭରୁ ଧୋନୀ ଗାଏକ୍ବାଡଙ୍କୁ ଅଧିନାୟକ ପଦ ଛାଡ଼ିଛନ୍ତି । ମାତ୍ର ଓ୍ବିକେଟ ପଛପଟେ ଧୋନୀ ସମସ୍ତ ଦାୟିତ୍ବ ତୁଲାଉଛନ୍ତି । ଅନ୍ୟପଟେ ଦଳ ବିଜୟ-ପରାଜୟ ମଧ୍ୟରେ ସନ୍ତୁଳିତ ଭାବେ ଖେଳୁଥିବାବେଳେ ପ୍ଲେଅଫ ଆଶା ମଧ୍ୟ ଦ୍ବନ୍ଦରେ ରହୁଛି । ରବିବାର ହାଇଦ୍ରାବାଦ ବିପକ୍ଷରେ  ଦଳ ମଇଦାନକୁ ଓହ୍ଲାଉଥିବାବେଳେ ଯଦି ପରାଜୟ ବରଣ କରେ ତାହେଲେ ପ୍ଲେଅଫ୍ ଆଶା ମଉଳିଯିବାର ଆଶା ମଧ୍ୟ ରହୁଛି । ସେପଟେ ଶେଷ ମ୍ୟାଚରେ ଦଳ ଲଢ଼େଇ କରି ଶେଷ ସମୟରେ ପରାଜିତ ହୋଇଥିଲା ।

ଧୋନିଙ୍କ ଇଶାରାରେ ଗାଏକ୍ବାଡ ନିଷ୍ପତ୍ତି ନେଉଥିବାବେଳେ କିଛି ନିଷ୍ପତ୍ତି ନିଜେ ନିଅନ୍ତୁ ବୋଲି ଗାଏକ୍ବାଡଙ୍କୁ ଚେତାବନୀ ଦେଇଛନ୍ତି ଧୋନୀ । ଫିଲ୍ଡରେ ଅଧିନାୟକଙ୍କ ନିଷ୍ପତ୍ତି ମ୍ୟାଚ ବିଜୟ-ପରାଜୟ ଉପରେ ନିର୍ଭର କରେ । ଏଣୁ ସବୁବେଳେ ଭାବି ଚିନ୍ତି ନିଷ୍ପତ୍ତି ନେବାକୁ ପଡ଼ିବ ବୋଲି ମାହି କହିଛନ୍ତି ।