ଦିଗପହଣ୍ଡି : ଆନ୍ଧ୍ରକୁ ଧାନ ଚୋରା ଚଲାଣ ବେଳେ ଧାନ ଗାଡି ଜବତ । ଗଂଜାମ ଜିଲ୍ଲା ପାତ୍ରପୁର ବ୍ଳକର ପାଞ୍ଚାମ୍ବ ଗାଁ ହରେକୃଷ୍ଣ ମିଲ୍ର ମାଲିକ ଚାଷୀଙ୍କ ଧାନ ଚୋରା ଚଲାଣ କରୁଥିବା ଅଭିଯୋଗ ହୋଇଛି । ଧାନ ମଣ୍ଡି ଖୋଲା ହୋଇନଥିବା ବେଳେ ଚାଷୀମାନଙ୍କ ଧାନକୁ ମିଲ୍ର ମାଲିକ ଆନ୍ଧ୍ରକୁ ଚାଲାଣ କରୁଥିଲେ । ଗତକାଲି ବିଳମ୍ବିତ ରାତିରେ ସାମନ୍ତରାପୁର ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରସନ୍ନ କୁମାର ପ୍ରଧାନ ଗାଡ଼ିକୁ ଅଟକାଇଥିଲେ ।
ପାତ୍ରପୁର ତହସିଲଦାର ଏବଂ ସପ୍ଲାଇ ଇନସପୋଟରଙ୍କୁ ୭ରୁ ୮ଥର ଫୋନ କରିଥିଲେ ମଧ୍ୟ ସେ ଫୋନ ଉଠାଇନଥିଲେ । ଏନେଇ ଜରଡା ଥାନା ଅଧିକାରୀଙ୍କୁ ଜଣାଇଥିଲେ।ଜରଡା ପୋଲିସ ପହଞ୍ଚି ଧାନ ଗାଡ଼ିକୁ ଜବତ କରିଥିବା ଦେଖିବାକୁ ମିଳିଛି ।
ଆନ୍ଧ୍ରକୁ ଧାନ ଚୋରା ଚଲାଣ ବେଳେ ଧାନ ଗାଡି ଜବତ

