ଦିଗପହଣ୍ଡି : ଚାରି ବର୍ଷର ଶିଶୁକୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ। ଏକ ପରିତ୍ୟକ୍ତ ଘରକୁ ଡାକି ନେଇ ଦୁଷ୍କର୍ମ କରିବା ପରେ ହତ୍ୟା କରିଛି ଦୁର୍ବୃତ୍ତ। ଏହି ଜଘନ୍ୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଖଲିଙ୍ଗି ଗାଁରେ। ଅଭିଯୁକ୍ତ କାଳିଆ ନାହାକକୁ ଗିରଫ କରିଛି ପୋଲିସ। ଘଟଣା ପରେ ଏସପିଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ନିଶାଗ୍ରସ୍ତ ଥିବା କାଳିଆ ଏହି କାଣ୍ଡ କରିଥିବା ଏସପି ସ୍ପଷ୍ଟ କରିଛନ୍ତି। ଗତକାଲି ରାତିରେ ପିସିସି ସଭାପତି ଭକ୍ତ ଚରଣ ଦାସ ଓ ସାନ ଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଥିଲେ। ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ବି ଆଜି ପୀଡ଼ିତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି। ଦୋଷୀକୁ କଡ଼ା ଦଣ୍ଡ ମିଳିବ ବୋଲି କହିଛନ୍ତି ମନ୍ତ୍ରୀ।

