ବିଷାକ୍ତ ଜଳବାୟୁ ଯୋଗୁ ବ୍ୟାପୁଛି ବିଭିନ୍ନ ପ୍ରକାର ରୋଗ

ପୁରୀ ଜିଲ୍ଲା ଚାରିଛକ ଥାନା ଅଧିନ ବିଲସାହି ଗ୍ରାମରେ ବିଷାକ୍ତ ଜଳବାୟୁ ଯୋଗୁ ବ୍ୟାପୁଛି ବିଭିନ୍ନ ପ୍ରକାର ରୋଗ।ଗାଁରେ ଛୋଟ ଠାରୁ ଆରମ୍ଭ କରି ବଡ଼ ପଯ୍ୟନ୍ତ ଏଥିରେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳିଛି।ସୂଚନା ଅନୁଯାୟୀ ଗାଁ ମଝିରେ ଥିବା ପୋଖରୀ ପାଣି ବିଷାକ୍ତ ହେବାରୁ ଏହିଭଳି ଘଟଣା ଘଟୁଥିବା ଜଣାପଡିଛି।ଦୀର୍ଘ ଦିନ ହେବ ଏହି ଗାଁରେ କିଛି ମୁଷ୍ଟିମୟ ଲୋକ ଗାଁ ପୋଖରୀରେ ଗାଈ ଗୋରୁଙ୍କ ଗୋବର,ଗୋ ମୂତ୍ର ସହିତ ନିଜ ଘରର ଲାଟିନ ପାଣି ସିଧା ସଳଖ ପାଇପ ଯୋଗେ ପୋଖରୀକୁ ଛାଡ଼ୁଛନ୍ତି। ପୋଖରୀ ପାଣିକୁ ବିଷାକ୍ତ କରିବା ସହିତ ସଂପୂଣ୍ଣ ଗ୍ରାମର ଜଳବାୟୁ ବିଷାକ୍ତ କରୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।ତେବେ ଏନେଇ ପ୍ରଥମେ ଗ୍ରାମବାସୀ ଚାରିଛକ ଥାନା ଓ ଏଡିପିଓଙ୍କୁ ଅଭିଯୋଗ କରିଥିବା ବେଳେ ଅଭିଯୋଗ ଆଧାରରେ ମମଲା ରୁଜୁ ହେଇଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଗ୍ରାମବାସୀ ପୁରୀ ଏସ୍ପି ଏବଂ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଥିଲେ।ହେଲେ ଏସପି ଓ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ମଧ୍ୟ ସମସ୍ୟାର ସମାଧାନ ହୋଇପାରିନି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ।ଏପଟେ ପୋଖରୀକୁ ଲାଗି ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟ ରହିଥିବା ବେଳେ ସେଠାରେ ଗ୍ରାମର ଅନେକ କୋମଳ ମତି ଶିଶୁ ମାନେ ପଢୁଥିବା ବେଳେ ଅନେକ ଶିଶୁ ରୋଗାକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିବା ଜଣାପଡ଼ିଛି।ତେବେ ଆଗାମୀ ଦିନରେ ଏହି ସମସ୍ୟାର ସମାଧାନ କରା ନଗଲେ ସମୂହ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବା ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।