ଜଙ୍କ ଫୁଡ ଖାଉଛନ୍ତି କି ? ସାବଧାନ..

ଭୁବନେଶ୍ୱର( ଅନୁଜ ଦାସ) : ବଦଳୁଥିବା ଲାଇଫ ଷ୍ଟାଇଲ୍ ଓ ଖାଦ୍ୟପେୟର ଅନିୟମିତତା ଆପଣଙ୍କୁ ବିପଦରେ ପକାଇପାରେ । ଆପଣଙ୍କ ହୃତପିଣ୍ଡ ଉପରେ ଏହାର ସିଧା ପ୍ରଭାବ ପଡୁଛି । ବର୍ତ୍ତମାନ ସମୟରେ ହୃଦରୋଗ ହେଉଛି ମୃତ୍ୟୁର ଅନ୍ୟତମ କାରଣ । ଭାରତର ପ୍ରତି ୪ଟି ମୃତ୍ୟୁଏହି ଗୋଟିଏ କାରଣରୁ ହେଉଛି । ତେଣୁ ଜଙ୍କ୍ ଫୁଡ ଛାଡିବାକୁ ପରାମର୍ଶ ଦେଇଛନ୍ତି ହୃଦରୋଗ ବିଶେଷଜ୍ଞ ।

ଜଙ୍କ ଫୁଡ ପ୍ରତି ଆପଣଙ୍କର ଦୁର୍ବଳତା ରହିଛି କି ? ଭୋକ ଲାଗିଲେ ପିଜା ବର୍ଗର ଖାଉଛନ୍ତି କି ? ତେଲ ଭଜି ଖାଇବାକୁ ଆପଣ ଆଗ୍ରହୀ କି ? ଯଦି ଆପଣଙ୍କର ବି ଏଭଳି ଅଭ୍ୟାସ ଅଛି ତେବେ ସଜାଗ ହୋଇଯାନ୍ତୁ । କାରଣ ଆପଣଙ୍କ ଏହି ଅଭ୍ୟାସ ଆପଣଙ୍କୁ ବିପଦ ଆଡକୁ ଠେଲି ଦେଉଛି । ଆପଣ ବି ହୃଦରୋଗରେ ଶିକାର ହୋଇପାରନ୍ତି । ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ରିପୋର୍ଟ ଅନୁଯାୟୀ ପ୍ରତି ବର୍ଷ ୧ କୋଟି ୭୦ ଲକ୍ଷରୁ ଅଧିକ ଲୋକଙ୍କର ଅସ୍ବଭାବିକ ଭାବେ ହୃଦରୋଗରେ ମୃତ୍ୟୁ ହେଉଛି । ବଦଳୁଥିବା ଖାଦ୍ୟପେୟ ପାଇଁ ହୃଦରୋଗ ବଢୁଥିବା ହୃଦରୋଗ ବିଶେଷଜ୍ଞ ମତ ଦେଇଛନ୍ତି ।

୧୯୯୦ ରେ ହୃଦରୋଗ ୨.୨୬ ମିଲିୟନ ବ୍ୟକ୍ତି ପ୍ରାଣ ହରାଇଥିବାବେଳେ ୨୦୨୦ ରେ ୪.୭୭ ମିଲିୟନ ଲୋକଙ୍କର ମୃତ୍ୟୁ ହୋଇଛି । ଏହାର ବଡ କାରଣ ହେଇଛି ନିଶା ସେବନ, ଶାରିରିକ ପରିଶ୍ରମର ଅଭାବ, ଖାଦ୍ୟପେୟରେ ଅନିୟମିତତା । ତେଣୁ ଜଙ୍କ ଫୁଡ ବା ଫାଷ୍ଟ ଫୁଡକୁ ଛାଡି ଦେଶୀ ଖାଦ୍ୟ ଖାଇବାକୁ ପରାମର୍ଶ ଦେଇଛନ୍ତି ଆୟୁର୍ବେଦ ବିଶେଷଜ୍ଞ । ଜଙ୍କ ଫୁଡ ବଦଳରେ ମାଣ୍ଡିଆ ଭଳି ଦେଶୀ ଖାଦ୍ୟ ଖାଇବା ସହ କୋଲ୍ଡ ଡ୍ରିଙ୍କ ପରିବର୍ତ୍ତେ ପଇଡ ଓ ଲେମ୍ବୁ ପାଣି ପିଇବାକୁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ।

ବର୍ତ୍ତମାନ କୋଭିଡ ସମୟରେ ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରୁ ଅନେକଙ୍କର ହୃଦରୋଗ ଥିବା ଜଣାପଡିଛି । ତେବେ କୋଲେଷ୍ଟ୍ରୋଲ ଯୁକ୍ତ ଖାଦ୍ୟକୁ ବାରଣ କରିବା ସହ ଖାଦ୍ୟରେ କେଉଁ ତେଲ ବ୍ୟବହାର କରୁଛନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ବିଶେଷଜ୍ଞ କହିଛନ୍ତି ।

Leave a Reply