ପୋଷା କୁକୁରଙ୍କୁ ନେଇ ସ୍ପା ସେଣ୍ଟରେ କୁକୁର ପ୍ରେମୀଙ୍କ ଭିଡ଼
1 min read
ଭୁବନେଶ୍ବର : ସୁନ୍ଦର ଦିଶିବା ପାଇଁ ସମସ୍ତେ ଆଗ୍ରହୀ । ଏଥିପାଇଁ ରାଜଧାନୀରେ ସ୍ଥାନେ ସ୍ଥାନେ ଖୋଲିଛି ସେଲନ, ସ୍ପା ସେଣ୍ଟର । ଭଳିକି ଭଳି ଟ୍ରିଟମେଣ୍ଟ କରି ନିଜକୁ ସୁନ୍ଦ ଭାବେ ସଜାଏ ମଣିଷ । ମଣିଷଙ୍କ ପରି ପୋଷା କୁକୁର ମାନଙ୍କ ପାଇଁ ମଧ୍ଯ ରହିଛି ସ୍ପା ସେଣ୍ଟର । ଚୁଟି କଟାଠୁ ଆରମ୍ଭ କରି ଗାଧୋଇବା, ନଖ କଟା ସହ ଫେସିଆଲ ବଡ଼ି ମସାଜ ସବୁ ଯୋଗାଇ ଦେଉଛନ୍ତି ସ୍ପା ସେଣ୍ଟର କର୍ମଚାରୀ । ରାଜଧାନୀର ପଟିଆ ଅଞ୍ଚଳରେ ଖୋଲିଛି ଦି ଡଗ୍ ସ୍ପା ଗୃମିଙ୍ଗ ସେଣ୍ଟର । ଯେଉଁଠି ପୋଷା କୁକୁର ଲଭରମାନଙ୍କ ଚାହିଦା ମୁତାବକ ସେବା ଯୋଗାଇ ଦେଉଛନ୍ତି ପ୍ରଶିକ୍ଷିତ କର୍ମଚାରୀ I ଉଚ୍ଚମାନର ସାମ୍ପୁ, କଣ୍ଡିସନର ଲଗାଇଇ ଗାଧୋଇବା ପରେ ସୁନ୍ଦ ହେୟାର ଷ୍ଟାଇଲ କରି ମାଲିକଙ୍କୁ ହସ୍ତାନ୍ତର କରନ୍ତି କର୍ମଚାରୀ ।
ସ୍ପା ସେଣ୍ଟରରେ ସଂକ୍ରମଣ ଯେପରି ନହୁଏ ସେଥିପାଇଁ ଅଧିକ ଧ୍ଯାନ ଦେଇଥାନ୍ତି କର୍ମଚାରୀ । କାମ କରିବା ସମୟରେ ଯଦି କୁକୁର କାମୁଡ଼ନ୍ତି ଦେବେ ସେଥିପାଇଁ ମଧ୍ଯ ସୁରକ୍ଷା ବ୍ଯବସ୍ଥା ରହିଛି । ଗ୍ରାହକଙ୍କ ଚାହିଦା ମୁତାବକ କୁକୁରଙ୍କ ସମସ୍ତ ଯତ୍ନ ନେଇ କାମ କରିଥାନ୍ତି କର୍ମଚାରୀ । ଖାଲି ସେତିକୁ ନୁହେଁ କୁକୁରଙ୍କ ପାଇଁ ବିଭିନ୍ନ ପ୍ରସାଧନ ସାମଗ୍ରୀ ମଧ୍ଯ ଏଠାରେ ଯୋଗାଇ ଦିଆଯାଉଛି । ଦିନକୁ ଦିନ ରାଜଧାନୀରେ ପୋଷା କୁକୁରଙ୍କ ସଂଖ୍ଯା ବଢୁଥିବାରୁ ଏହି ସ୍ପା ସେଣ୍ଟରର ବି ଚାହିଦା ବଢୁଥିବା କହିଛନ୍ତି ପଶୁପ୍ରେମୀ ।