ହାତ ଗୋଡ଼ରେ ବନ୍ଧା ହୋଇଛି ଶିକୁଳି: ଅର୍ଥାଭାବରୁ ଚିକିତ୍ସା କରାଇପାରୁନି ବିଧବା ମାଆ
1 min readଯାଜପୁର: ମାନସିକ ବିକୃତ ପୁଅ ଝିଅଙ୍କ ଚିନ୍ତାରେ ବିଧବା ମାଆ । ଛୁଆଙ୍କ ଉପରୁ ବାପାଙ୍କ ହାତ ଉଠିଯାଇଥିବା ବେଳେ ନିଜେ ମୁଲ ଲାଗି ଛୋଟରୁ ବଡ଼ କରିଛନ୍ତି । ହେଲେ ନିଜେ ପିଲା କାମ ଧନ୍ଦା କରି ଘର ଚଳାଇବା ବୟସରେ ଘରେ ଶିକୁଳିରେ ବନ୍ଧା ହୋଇ ରହିଛନ୍ତି ।
ଅନ୍ୟପେଟ ଅର୍ଥାଭାବରୁ ଚିକିତ୍ସା ବି ହୋଇପାରୁନାହିଁ । ଯାଜପୁର ଜିଲ୍ଲା ସଦର ବ୍ଲକ୍ କମାଗଡର ଲତା ଜେନା ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି । ପରିବାର କହିଲେ ୩ ପ୍ରାଣୀ କୁଟୁମ୍ବ । ହେଲେ ଘରର ଏହି ଚାରିକାନ୍ଥ ଭିତରେ ଲୁଚି ରହିଛି ଅନେକ ଦୁଃଖ । ସ୍ୱାମୀ ଚାଲିଗଲା ପରେ ଏକୁଟିଆ ଛୋଟରୁ ବଡ କରିଛନ୍ତି ଦୁଇ ଛୁଆଙ୍କୁ । ହେଲେ ପୁଅ ଝିଅ ଦୁଇଜଣ ମାନସିକ ବିକୃତ ।
ରୋଜଗାରିଆ ପୁଅ ବି ମାନସିକ ବିକୃତ ହୋଇ ଘରେ ପଡିରହିଥିବା ବେଳେ ଏବେ ଘର ଚଳାଇବା କଷ୍ଟକର ହୋଇପଡିଛି । ଯାଜପୁର ଜିଲ୍ଲା ସଦର ବ୍ଲକ୍ କମାଗଡର ଲତା ଜେନାଙ୍କ ଉପରେ ସତେ ଯେମିତି ଦୁଃଖର ପାହାଡ ପଡିଛି । ଗତ ୧୨ ବର୍ଷ ହେଲା ଦୁଇ ପିଲାଙ୍କୁ ନେଇ ଦୁଃଖ କଷ୍ଟରେ ଚଳୁଛନ୍ତି ଲତା ।
ଉଭୟଙ୍କ ମାନସିକ ସ୍ଥିତି ଠିକ୍ ନଥିବାରୁ ଶିକୁଳିରେ ବାନ୍ଧି ଘରେ ରଖିବାକୁ ପଡୁଛି । ସରକାରୀ ସହାୟତାରୁ ମଧ୍ୟ ବାଦ୍ ପଡିଛନ୍ତି ଏହି ପରିବାର । ଏପରିକି ପୁଅକୁ ଭତା ମିଳୁନି କି ରାସନ କାର୍ଡ ବି ନାହିଁ। ଘର ଖଣ୍ଡିଏ ନଥିବା ବେଳେ ଝାଟିମାଟି ଘରେ ଜୀବନ ବିତୁଛି । ଏହା ସାଙ୍ଗକୁ ଦୁଇ ଛୁଆଙ୍କ ଏଭଳି ଅବସ୍ଥା ବୋଝ ଉପରେ ନଳିତା ବିଡା ସଦୃଶ । ଏନେଇ ପ୍ରଶାସନ ପକ୍ଷରୁ ଏହି ପରିବାରକୁ ସହାୟତା ଯୋଗାଇଦେବା ପାଇଁ ନିବେଦନ କରିଛନ୍ତି ସ୍ଥାନୀୟ ଲୋକ ।
https://www.facebook.com/NandighoshaTV/videos/289639412475850/