କଟକରେ ପୁଣି ଭେଜାଲ , ନକଲି ସିମେଣ୍ଟ କାରଖାନାରେ ପୋଲିସର ରେଡ

1 min read

କଟକ: କଟକରେ ପୁଣି ଭେଜାଲ ସାମଗ୍ରୀ । ନକଲି ସିମେଣ୍ଟ କାରଖାନା ଉପରେ ଆଜି ସକାଳେ ଚଢାଉ କରିଛି ପୋଲିସ । କଟକ ଜଗତପୁର ଖଇରା ପୋଲ ନିକଟରୁ ଅପମିଶ୍ରିତ ସିମେଣ୍ଟ କାରଖାନା ଠାବ ହୋଇଛି। ଜଗତପୁର ପୋଲିସ ଏସିପି ଯୋନ-୧ଙ୍କ ନେତୃତ୍ବରେ କାରଖାନା ଉପରେ ଚଢ଼ାଉ କରି ଗୋଟିଏ ସିମେଣ୍ଟ ବୋଝେଇ ଟ୍ରକ ଜବତ କରିବା ସହିତ କାରଖାନାରୁ ବିପୁଳ ପରିମାଣର ସିମେଣ୍ଟ,ତିଆରି ସାମଗ୍ରୀ ଜବତ କରିଛି ପୋଲିସ।

ପୂର୍ବରୁ ଅନେକ ଥର ବିଭିନ୍ନ ନକଲି ସାମଗ୍ରୀ ଜବତ କରିଛି ପୋଲିସ । ଏହି ଘଟଣାରେ ଅନେକ ବ୍ୟକ୍ତି ଗିରଫ ମଧ୍ୟ ହୋଇଛନ୍ତି । ତଥାପି କଟକରୁ ଭେଜାଲ ସାମଗ୍ରୀ ଏବଂ ନକଲି ସାମଗ୍ରୀ ବିକ୍ରୟ ଉପରେ ରୋକ ଲାଗି ପାରୁ ନାହିଁ । ଅନାୟସରେ ବଜାରରେ ଚାଲିଛି ନକଲି ସାମଗ୍ରୀ ବିକ୍ରି ।

ସୂଚନା ମୁତାବକ ଆଜି ପୋଲିସ ବକ୍ସି ବଜ଼ାର ଅଞ୍ଚଳରେ ଚଢାଉ କରିଛି । ସଞ୍ଜୟ ଭୋଳ ନାମକ ଜଣେ ବ୍ୟକ୍ତି ଦୀର୍ଘ ଦିନ ଧରି ନକଲି ସିମେଣ୍ଟ କାରଖାନା ଚଳାଇ ଆସୁଥିଲେ । ଏହି ସଂକ୍ରାନ୍ତରେ ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଁଚିଥିଲା । ଖବର ମୁତାବକ ବର୍ତ୍ତମାନ ମଧ୍ୟ ରେଡ଼ ଜାରି ରହିଛି।

Leave a Reply