ନକଲି କରୋନା ମେଡିସିନ ଜବତ ଘଟଣା, ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଲମ୍ବିଛି ଚେର

1 min read

କଟକ: କଟକରୁ ନକଲି କରୋନା ମେଡିସିନ ଜବତ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ। ଶିବ ଜେନାଙ୍କ ସହ ଏକାଧିକ ବ୍ୟକ୍ତିଙ୍କ ସଂପୃକ୍ତି ଥିବା ଓ ଏହାର ଚେର ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଲମ୍ବିଥିବା ନନ୍ଦିଘୋଷ ଟିଭି ହାତରେ ଲାଗିଛି ତଥ୍ୟ। କଟକ ସିଡିଏ- ୬ରେ ଥିବା ସ୍ୱାଗତ‌ ଏଣ୍ଟରପ୍ରାଇଜର୍ସ ମାଧ୍ୟମରେ ନକଲି ମେଡିସିନ କଟକ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଯୋଗାଣ ହେଉଥିଲା ।

ସେପଟେ ମେଡିସିନ ବିକ୍ରେତା ସଂଘ ଘଟଣାକୁ ନେଇ କଡ଼ା ଆଭିମୁଖ୍ୟ ନେଇଛି । ଓଡ଼ିଶାରେ ବିକ୍ରି ହେଉଥିବା ମେଡିସିନର ଆନାଲିଟିକାଲ ରିପୋର୍ଟ ତୁରନ୍ତ ଦେବାପାଇଁ ସମ୍ପୃକ୍ତ ସଂସ୍ଥାର କତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରିପୋର୍ଟ ନଦେଲେ ରାଜ୍ୟରେ ଏଣିକି ସେହି ମେଡିସିନ ବିକ୍ରି ହୋଇପାରିବନାହିଁ ବୋଲି ଚରମବାଣୀ ଶୁଣାଇଛି ସଂଘ ।

ଏଥି ସହିତ ନିମ୍ନମାନର ତଥା ନକଲି ମେଡିସିନ ବିକ୍ରି ପାଇଁ ଡାକ୍ତରମାନେ ମଧ୍ୟ ଦାୟୀ ବୋଲି ସଂଘ ଅଭିଯୋଗ କରିଛି । ତେବେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଡାକ୍ତର । ମେଡିସିନର ଗୁଣବତ୍ତା ସମ୍ପର୍କରେ ଜାଣିବାର କୌଶଳ ତାଙ୍କ ପାଖରେ ନାହିଁ । କମ୍ପାନୀ ପକ୍ଷରୁ ଏମଆର ମେଡିସିନର ଗୁଣ ସମ୍ପର୍କରେ ଜଣାଇଥାନ୍ତି । ସେହି ଅନୁଯାୟୀ ମେଡିସିନ ପରାମର୍ଶ ଦିଆଯାଏ । ଏବେ ତାଙ୍କୁ ଅନାଲିଟିକାଲ ରିପୋର୍ଟ ମଗାଯିବ ବୋଲି ଡାକ୍ତର କହିଛନ୍ତି ।

Leave a Reply