ବାଇଜୁସର ବଡ଼ ନିଷ୍ପତ୍ତି: ଅକ୍ଟୋବର ସୁଦ୍ଧା ଛଟେଇ ହେବେ ୪ ହଜାର କର୍ମଚାରୀ

1 min read

ନୂଆଦିଲ୍ଲୀ : ଚଳିତ ଆର୍ଥିକ ବର୍ଷରେ ୪ ହଜାର କର୍ମଚାରୀଙ୍କୁ ଛଟେଇ କରିବ ଏଡଟେକ ସଂସ୍ଥା ବାଇଜୁସ । ନିଜର ଟିମଗୁଡିକୁ ଶକ୍ତିଶାଳୀ କରିବା ଏବଂ ଆଞ୍ଚଳିକ ସ୍ତରରେ ସଂସ୍ଥାକୁ ଅଧିକ ଫୋକସ କରିବା ଲାଗି କମ୍ପାନି ନିଷ୍ପତ୍ତି ନେଇଛି । କମ୍ପାନି ପକ୍ଷରୁ କୁହାଯାଇଛି କୋଭିଡ ମହାମାରୀ ସମୟରେ ବାଇଜୁ ଆବଶ୍ୟକତାଠାରୁ ଅଧିକ କର୍ମଚାରୀଙ୍କୁ ନିଯୁକ୍ତି ଦେଇଥିଲା ।

କୋଭିଡ ସମୟରେ ଅନଲାଇନ ଶିକ୍ଷାରେ ବ୍ୟାପକ ପରିବର୍ତ୍ତନ ହେବା କାରଣରୁ କମ୍ପାନି ଅଧିକ କର୍ମଚାରୀଙ୍କୁ ନିଯୁକ୍ତି ଦେଇଥିଲା । ତେବେ ବର୍ତ୍ତମାନ ଅନଲାଇନ ଶିକ୍ଷାର ଗୁରୁତ୍ବ ହ୍ରାସ ପାଇଥିବାରୁ ବାଇଜୁ କର୍ମଚାରୀ ଛଟେଇ ନିଷ୍ପତ୍ତି ନେଇଛି । ବର୍ତ୍ତମାନ ଏକ ହଜାର କର୍ମଚାରୀଙ୍କୁ ନୋଟିସ ଦିଆଯାଇଛି ଏବଂ ୧ ହଜାର କର୍ମଚାରୀ ସେମାନଙ୍କ performance improvement parameters ସମ୍ପନ୍ନ କରିନଥିବା ସୂଚନା ମିଳିଛି ।

ଏହି ପ୍ରକ୍ରିୟାରେ ପ୍ରାୟ ୪ ହଜାର କର୍ମଚାରୀ ଛଟେଇ ହେବେ ବୋଲି ସୂଚନା ମିଳିଛି ।ଆସନ୍ତା ଅକ୍ଟୋବର ଶେଷ ସୁଦ୍ଧା ଛଟେଇ ପ୍ରକ୍ରିୟା ଶେଷ ହେବ । ଗତ ବର୍ଷ ଅକ୍ଟୋବରରେ କର୍ମଚାରୀସ ସଂଖ୍ୟା ୫୦ ହଜାର ଥିବାବେଳେ ଅକ୍ଟୋବରରେ ଏହି ସଂଖ୍ୟା ୩୧ରୁ ୩୩ ହଜାର ମଧ୍ୟରେ ରହିବ ବୋଲି ସୂଚନା ମିଳିଛି ।