spot_img

Latest Posts

ପଶ୍ଚିମବଙ୍ଗରେ ବିଜେପି, ଆସାମରେ ଏନଡିଏ ଓ ତାମିଲନାଡୁରେ ବିଜୟଙ୍କ ବାଜିମାତ୍….

ନନ୍ଦିଘୋଷ ବ୍ୟୁରୋ :  ବଙ୍ଗରେ ଫୁଟିଲା ପଦ୍ମ। ପଶ୍ଚିମବଙ୍ଗରେ ପ୍ରଥମ ଥର ପାଇଁ ସରକାର ଗଢ଼ିବ ବିଜେପି। ପଶ୍ଚିମବଙ୍ଗରେ ଏକକ ସଂଖ୍ୟାଗରିଷ୍ଠତା ହାସଲ କରିଛି ବିଜେପି । କ୍ଷମତାରୁ ଯାଇଛନ୍ତି ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ନିର୍ବାଚନରେ ଟିଏମସିର ଶୋଚନୀୟ ପରାଜୟ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ମମତା ବାନାର୍ଜୀ। ରାଜ୍ୟପାଳଙ୍କୁ ଭେଟି ନିଜର ଇସ୍ତଫା ପତ୍ର ପ୍ରଦାନ କରିବେ ମମତା ବାନାର୍ଜୀ। ୨୯୩ ଆସନ ବିଶିଷ୍ଟ ଆସନରେ ବାଜିମାତ କରିଛି ବିଜେପି। ଏକପାଖିଆ ଭାବେ ବିଜୟ ହାସଲ କରିଛି ବିଜେପି। ଲଗାତର ତିନି ଥରର ଟିଏମସି ସରକାରକୁ ପତନ କରି ସରକାର ଗଢ଼ିବାକୁ ଯାଉଛି ବିଜେପି। ପଶ୍ଚିମବଙ୍ଗରେ ମମତା ପରାଜିତ ହେବାର ଅନେକ କାରଣ ରହିଛି। ଦେଶର ସମୂହ ବିଜେପି ଶକ୍ତି ବନାମ ଦିଦି, ଏସଆଇଆରରେ ୯୦ ଲକ୍ଷ ଭୋଟର ବଳି ପଡିଯିବା ମମତାଙ୍କ ପରାଜୟର ପ୍ରମୁଖ କାରଣ ରହିଛି। ସେହିପରି ଟିଏମସିର ମହିଳା ଭୋଟ ବ୍ୟାଙ୍କକୁ ଭାଙ୍ଗିବାରେ ସଫଳ ହୋଇଛି ବିଜେପି। ସେହିପରି ଆସାମରେ ତୃତୀୟ ଥର ପାଇଁ ସରକାର ଗଢ଼ିବ ବିଜେପି। ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ହିମନ୍ତ ବିଶ୍ବଶର୍ମା। ଆସାମ ବିଧାନସଭା ନିର୍ବାଚନରେ ଲୋକସଭାର ବିରୋଧୀ ଦଳ ଉପନେତା ଗୌରବ ଗୋଗଇ ପରାସ୍ତ ହୋଇଛନ୍ତି। ଅନ୍ୟପଟେ ତାମିଲନାଡ଼ୁରେ କମାଲ କରିଛି ଟିଭିକେ। ସିନେ ଷ୍ଟାରରୁ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବିଜୟ। ଏଥିସହ ଶାସକ ଡିଏମକେ ମେଣ୍ଟକୁ ଲାଗିଛି ଶକ୍ତ ଝଟକା। ସରକାର ଗଢ଼ିବାକୁ ଟିଭିକେକୁ ସମର୍ଥନ ଦେଇପାରେ AIADMK। ନିର୍ବାଚନରେ ଦେଶର ଏକମାତ୍ର ବାମଗଡ଼ର ପତନ ହୋଇଛି। କେରଳରେ କ୍ଷମତାରୁ ଗଲା LDF। ଦକ୍ଷିଣ ଭାରତରେ କଂଗ୍ରେସକୁ ସାନ୍ତ୍ବନା ମିଳିଥିବା ବେଳେ, କେରଳରେ ସରକାର କରିବ UDF। ପୁଡୁଚେରୀରେ ପୁଣି ମୁଖ୍ୟମନ୍ତ୍ରୀ ହେବେ ଏନ. ରଙ୍ଗାସ୍ବାମୀ। ଦ୍ବିତୀୟ ଥର ପାଇଁ ପୁଡୁଚେରୀରେ ସରକାର ଗଢ଼ିବ ବିଜେପି।

Latest Posts

Don't Miss