ପିଲାଙ୍କୁ ଦିଆଯିବ କୋଭାକ୍ସିନ୍ ଟିକା, ଜରୁରୀକାଳୀନ ବ୍ୟବହାର ଅନୁମତି ପାଇଁ ବିଶେଷଜ୍ଞ କମିଟିର ସୁପାରିସ୍

1 min read
Expert panel approves Covaxin for Children Between 2-18 Years

ନୂଆଦିଲ୍ଲୀ: ଖୁବଶୀଘ୍ର ଆସିବ ୨ରୁ ୧୮ବର୍ଷ ପିଲାଙ୍କ ଲାଗି ସଞ୍ଜିବନୀ । କୋଭାକ୍ସିନର ଜରୁରୀକାଳୀନ ବ୍ୟବହାରକୁ ଅନୁମତି ଦେବାକୁ ଡିସିଜିଆଇଙ୍କୁ ସୁପାରିସ କରିଛି ବିଷୟଗତ ବିଶେଷଜ୍ଞ କମିଟି । ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ଟ୍ରାଏଲ୍ ଶେଷ ପରେ ରିପୋର୍ଟ ଦାଖଲ କରିଥିଲା ଭାରତ ବାୟୋଟେକ୍ । ତେବେ ସବୁଜ ସଂକେତ ପୂର୍ବରୁ କମ୍ପାନୀକୁ ମାନିବାକୁ ହେବ ୪ ସର୍ତ୍ତ ।

Expert panel approves Covaxin for Children Between 2-18 Years

କୋଭିଡ ବିରୋଧରେ ବଡ଼ ମୁକାବିଲା । ଖୁବଶୀଘ୍ର ୨ରୁ ୧୮ବର୍ଷ ପିଲାଙ୍କୁ ଦିଆଯିବ କୋଭିଡ୍ ଟିକା । ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନର ଜରୁରୀକାଳୀନ ବ୍ୟବହାରକୁ ଅନୁମତି ଦେବାକୁ ଡିସିଜିଆଇଙ୍କୁ ସୁପାରିସ କରିଛି ବିଷୟଗତ ବିଶେଷଜ୍ଞ କମିଟି ବା ଏସଇସି । ହାଇଦ୍ରାବାଦର ଫାର୍ମାସିଟ୍ୟୁକାଲ କମ୍ପାନୀ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଶେଷ କରିବା ପରେ ରିପୋର୍ଟ ଦାଖଲ କରିଥିଲା । ଟ୍ରାଏଲ ରିପୋର୍ଟ ଆଧାରରେ ଏକ୍ସପର୍ଟ ପ୍ୟାନେଲ ଟିକାର ଜରୁରୀକାଳୀନ ବ୍ୟବହାର ଲାଗି ଡିସିଜିଆଇଙ୍କୁ ସୁପାରିସ କରିଛନ୍ତି ।

ଡିସିଜିଆଇ ଅନୁମତି ଦେବା ପରେ ସାରାଦେଶରେ ୨ରୁ ଊର୍ଦ୍ଧ୍ବ ବୟସ୍କଙ୍କ ପାଇଁ ଟିକାକରଣ ଆରମ୍ଭ ହେବ । ତେବେ ଡିସିଜିଆଇର ଚୂଡ଼ାନ୍ତ ଅନୁମତି ଚାରିଟି ସର୍ତ୍ତ ଉପରେ ନିର୍ଭର କରୁଛି ।

Expert panel approves Covaxin for Children Between 2-18 Years

ପ୍ରଥମ- ସ୍ବୀକୃତ କ୍ଲିନିକାଲ ଟ୍ରାଏଲ୍ ପ୍ରୋଟୋକଲ ଅନୁସାରେ କମ୍ପାନୀର ଗବେଷଣା ଜାରିରଖିବ ।

ଦ୍ବିତୀୟ- ପ୍ୟାକେଜ୍ ଇନସର୍ଟ ବା ନିର୍ଦ୍ଧାରିତ ସୂଚନା, ଉତ୍ପାଦର ବୈଶିଷ୍ଟ୍ୟ ନେଇ କମ୍ପାନୀ ସବିଶେଷ ତଥ୍ୟ ଦାଖଲ କରିବ ।

ତୃତୀୟ- କମ୍ପାନୀ ନିରାପତ୍ତା ସଂକ୍ରାନ୍ତ ଓ ଦୁଇ ମାସରେ ସର୍ବେକ୍ଷଣ ରିପୋର୍ଟ ଦାଖଲ କରିବ ।

ଚତୁର୍ଥ- କମ୍ପାନୀ ରିସ୍କ ପରିଚାଳନା ପ୍ଲାନ୍ ଦାଖଲ କରିବ । ଏହି ଟିକାକୁ ସିରିଞ୍ଜରେ ଆଗୁଆ ଭର୍ତ୍ତି କରାଯାଇ ହାଇଲେବଲ ଆକ୍ୟୁରାସି ଭିତ୍ତିରେ ପ୍ରଦାନ କରାଯିବ । ଶିଶୁଙ୍କ ଲାଗି କୋଭାକ୍ସିନର ପରିମାଣ ରହିଛି  ୦.୫ ମିଲିଲିଟର ।

Expert panel approves Covaxin for Children Between 2-18 Years

ପୂର୍ବରୁ ଗତ ଅଗଷ୍ଟରେ ଉଭୟ ବୟସ୍କ ଓ ୧୨ବର୍ଷରୁ ଅଧିକ ଲୋକଙ୍କ ଲାଗି ଜାଇଡସ କାଡିଲାର ଜାଇକୋଭ-ଡି ଟିକାକୁ ଅନୁମତି ଦିଆଯାଇଥିଲା । ୭ରୁ ୧୧ ବର୍ଷ ବୟସ୍କ ପିଲାଙ୍କ ଲାଗି ଟିକାର ଟ୍ରାଏଲ ନିମନ୍ତେ ସେରମ ଇନଷ୍ଟିଚ୍ୟୁଟର ନୋଭାଭାକ୍ସକୁ ଗତମାସରେ ଅନୁମତି ଦେଇଥିଲେ ଡିସିଜିଆଇ । ସେହିପରି ୫ ବର୍ଷର ଅଧିକ ବୟସର ପିଲାଙ୍କ ଲାଗି ଟ୍ରାଏଲ ସକାଶେ ବାୟୋଲୋଜିକାଲ-ଇ’ର କୋର୍ବେଭାକ୍ସକୁ ବି ଦିଆଯାଇଥିଲା ଅନୁମତି ।

Leave a Reply