ମାନବାଧିକାର କମିଶନଙ୍କ ନୋଟିସ୍

1 min read

କେନ୍ଦ୍ରାପଡା ଜିଲ୍ଲାରେ ଏକ୍ସପାୟରି କୃମି ଔଷଧ ଖାଇ ୩୬ ଜଣ ଶିଶୁ ଅସୁସ୍ଥ ହେବା ଘଟଣାରେ ରାଜ୍ୟ ସରକାରଙ୍କୁ ନୋଟିସ୍ କରିଛନ୍ତି କେନ୍ଦ୍ର ମାନବାଧିକାର କମିଶନ୍ । ୩୬ ଜଣ ଶିଶୁଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଁଏ କ୍ଷତିପୂରଣ କାହିଁକି ଦିଆ ନ ଯିବ, ସେ ନେଇ ରାଜ୍ୟ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ରାଜ୍ୟ ସରକାରଙ୍କୁ ମୋଟ ୩ କୋଟି ୬୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ପଡିବ। ଏଥିସହିତ ଏହି ଘଟଣାରେ ଦୋଷୀ ଡାକ୍ତର ଓ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।

୨୦୧୪ ମସିହା ନଭେମ୍ବର ୫ ତାରିଖରେ ଗରଦପୁର ବ୍ଲକର ଟିକନପୁର ସ୍କୁଲରେ ଆଶା କର୍ମୀ ଓ ଏଏନ୍ଏମ୍ ମାନେ ପିଲାମାନଙ୍କୁ କୃମି ନାଶକ ସିରପ ଦେଇଥିଲେ । ଏହାକୁ ଖାଇବା ପରେ ବେହୁଲା ଗାଁର ୧ ବର୍ଷ ବୟସରୁ ୧୦ ବର୍ଷ ବୟସର ୩୬ ଜଣ ପିଲା ଅସୁସ୍ଥ ହୋଇ ପଡିଥିଲେ । ସେମାନଙ୍କର ବାନ୍ତି ହେବା ସହ ମୁଣ୍ଡବିନ୍ଧା, ପେଟରେ ଯନ୍ତ୍ରଣା ଓ ଜ୍ୱର ଆଦି ଲକ୍ଷଣ ଦେଖା ଦେଇଥିଲା । ପରେ ଜଣାପଡିଲା ଶିଶୁମାନଙ୍କୁ ଦିଆଯାଇଥିବା କୃମିନାଶକ ସିରପର ବୈଧ ତାରିଖ ସମାପ୍ତ ହୋଇସାରିଛି ।

ବିଭାଗୀୟ କର୍ମଚାରୀଙ୍କ ଅବହେଳା ମନୋଭାବ  ଯୋଗୁଁ ଏଭଳି ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଦୋଷୀ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ବିରୋଧରେ କାର୍ଯାନୁଷ୍ଠାନ ସହ ଶିଶୁମାନଙ୍କୁ କ୍ଷତିପୂରଣ ଦେବାକୁ କମିଶନଙ୍କ ନିକଟରେ ଅପିଲ୍ ହୋଇଥିଲା ।

କମିଶନ ଏହାର ବିଚାର କରି ସ୍ୱାସ୍ଥ୍ୟ ବିଭାଗ ସଚିବଙ୍କୁ ନୋଟିସ୍ ଜାରି କରିବା ସହ ଏହି ଘଟଣାରେ ବିଭାଗ କି ପଦକ୍ଷେପ ନେଇଛି ତାହା ଜଣାଇବାକୁ ନିର୍ଦ୍ଦେଶ ଦେଇଥିଲେ । କମିଶନ ତାଙ୍କ ଶୁଣାଣିରେ କହିଛନ୍ତି ଯେ ସରକାରୀ ଅବହେଳା ଯୋଗୁଁ ଶିଶୁମାନଙ୍କ ମାନବିକ ଅଧିକାର କ୍ଷୁର୍ଣ୍ଣ ହୋଇଛି ଓ ସେମାନେ କ୍ଷତିପୂରଣ ପାଇବାକୁ ହକଦାର । ୬ ସପ୍ତାହ ମଧ୍ୟରେ ଏହାର ଜବାବ ରଖିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ')}

Leave a Reply