ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ମୁମ୍ବାଇରେ କୋଭିଡ୍ ପରିଚାଳନାରେ ବ୍ୟାପକ ସଂପ୍ରସାରଣ

ଭୁବନେଶ୍ୱର: ମୁମ୍ବାଇରେ କୋଭିଡ୍ ସଂକ୍ରମଣକୁ ଏଡ଼ାଇବା ପାଇଁ ହାତ ବଢ଼ାଇଛି ରିଲାଏନ୍ସ ଫାଉଣ୍ଡେସନ।  ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ସହରରେ କୋଭିଡ୍ ପରିଚାଳନାର ବର୍ଦ୍ଧିତ ଆବଶ୍ୟକତାକୁ ପୂରଣ କରିବା ସହ ମହାମାରୀ ବିରୋଧରେ ସରକାରୀ ଲଢ଼େଇକୁ ସୁଦୃଢ଼ କରିଥିବା ଲାଗି ବ୍ୟାପକ ସଂପ୍ରସାରଣ କରାଯାଇଛି। ମହାରାଷ୍ଟ୍ର ସରକାର ଓ ବ୍ରିହାନମୁମ୍ବାଇ ମୁନିସପାଲ କର୍ପୋରେସନ ସହିତ ଏହାର ସମ୍ପର୍କକୁ ଆହୁରି ଦୃଢ଼ କରି ରିଲାଏନ୍ସ ପକ୍ଷରୁ ମୁମ୍ବାଇରେ କୋଭିଡ୍ ବିରୋଧୀ ଲଢ଼େଇରେ ଆଉ ଚାରିଟି ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି।

ରିଲାଏନ୍ସ ଫାଉଣ୍ଡେସନ ତରଫରୁ ୱର୍ଲିରେ ଥିବା ନ୍ୟାସନାଲ୍ ସ୍ପୋର୍ଟସ୍ କ୍ଲବ ଅଫ୍ ଇଣ୍ଡିଆରେ ୧୦୦ ଆଇସିୟୁ ଶଯ୍ୟା ସୃଷ୍ଟି, କାର୍ଯ୍ୟକ୍ଷମ ଓ ପରିଚାଳନା କରାଯିବ ଯାହା ୨୦୨୧ ମେ’ ୧୫ ଠାରୁ ପର୍ଯ୍ୟାୟକ୍ରମେ କାର୍ଯ୍ୟକ୍ଷମ ହେବ। ବର୍ତମାନ କାର୍ଯ୍ୟକ୍ଷମ ଥିବା ୫୫୦ ଶଯ୍ୟାର ୱାର୍ଡର ପରିଚାଳନା ସାର୍ ଏଚ୍‌ଏନ୍ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲ୍ ମେ’ ୧ରୁ ନିଜ ହାତକୁ ନେବ। ଏଥି ସହିତ ସାର୍ ଏଚ୍‌ଏନ୍ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲ୍  କୋଭିଡ୍ ରୋଗୀମାନଙ୍କ ପାଇଁ ମୋଟ ୬୫୦ ଶଯ୍ୟାର ପରିଚାଳନା କାର୍ଯ୍ୟ ନିର୍ବାହ କରିବ। ଖାଲି ସେତିକି ନୁହେଁ ରିଲାଏନ୍ସ ଫାଉଣ୍ଡେସନ ତରଫରୁ ୧୦୦ ନୂଆ ଆଇସିୟୁ ଶଯ୍ୟା ସୃଷ୍ଟି କରାଯାଉଛି । ସେହିପରି ଲକ୍ଷଣବିହୀନ ରୋଗୀଙ୍କ ପାଇଁ ବିକେସି ସ୍ଥିତ ଟ୍ରାଇଡେଣ୍ଟ ହୋଟେଲ୍‌ରେ ୧୦୦ ଶଯ୍ୟା ସ୍ଥାପନ କରାଯାଇଛି। ସେଭେନ୍ ହିଲସ୍ ହସ୍ପିଟାଲ୍‌ରେ ଆଇସିୟୁ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯାଇ ୪୫ ଆଇସିୟୁ ଶଯ୍ୟା ସମେତ ମୋଟ ସଂଖ୍ୟା ୧୨୫ ଶଯ୍ୟାକୁ ବୃଦ୍ଧି କରାଯାଇଛି।

ଏନ୍‌ଏସ୍‌ସିଆଇ ଓ ସେଭେନ୍ ହିଲସ୍ ହସ୍ପିଟାଲ୍‌ରେ ସମସ୍ତ ରୋଗୀଙ୍କୁ ବିନା ମୂଲ୍ୟରେ ଚିକିତ୍ସା ପ୍ରଦାନ ବ୍ୟବସ୍ଥା କରାଯାଇଛି । ରୋଗୀମାନଙ୍କ ମେଡିକାଲ୍ ପରିଚାଳନାର ୨୪ ଘଣ୍ଟା ଦେଖାଶୁଣା ଓ ଚିକିତ୍ସା କରିବା ଲାଗି ଡାକ୍ତର, ନର୍ସ, ଅଣ ମେଡିକାଲ୍ ପେସାଦାରମାନଙ୍କ ଭଳି ଆଗ ଧାଡ଼ିର କର୍ମୀମାନଙ୍କୁ ନେଇ ଏକ ଟିମ୍ ନିୟୋଜିତ କରାଯିବ। ଏହି ପ୍ରକଳ୍ପର ସମ୍ପୂର୍ଣ୍ଣ ଖର୍ଚ୍ଚ ମଧ୍ୟରେ ସାମିଲ ରହିଥିବା ଆଇସିୟୁ ଶଯ୍ୟା ଓ ମନିଟର, ଭେଂଟିଲେଟର ଓ ମେଡିକାଲ୍ ଉପକରଣ ସମେତ ୬୫୦ ଶଯ୍ୟାର ପରିଚାଳନା ଖର୍ଚ୍ଚ ରିଲାଏନ୍ସ ଫାଉଣ୍ଡେସନ ବହନ କରିବ ।

 

Leave a Reply