ପଞ୍ଜାବ ହରିୟାଣା ହାଇକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି: ମାଆଠୁ ପିଲାକୁ ଅଲଗା କରିପାରିବନି ପରକୀୟା ପ୍ରିତୀ

1 min read

ମାଆଠୁ ପିଲାକୁ ଅଲଗା କରିପାରିବନି ପରକୀୟା ପ୍ରିତି । ଏଭଳି ଐତିହାସିକ ନିଷ୍ପତ୍ତି ଶୁଣାଇଛନ୍ତି ପଞ୍ଜାବ ହରିୟାଣା ହାଇକୋର୍ଟ । ଯଦି ମା’ର ଏକ୍ସଟ୍ରା ମ୍ୟାରେଟାଲ ଅଫେୟାର ରହିଛି ତେବେ ଏହା ଆଧାରରେ ମା’କୁ ପିଲାର କଷ୍ଟଡିରୁ ବଞ୍ଚିତ ରଖାଯାଇପାରିବନି

ଜଣେ ମହିଳା ତାଙ୍କ ଚାରି ବର୍ଷର ଝିଅକୁ ତା’ର ପିତା ହେପାଜତରୁ ମୁକ୍ତ କରି ତାଙ୍କୁ ହସ୍ତାନ୍ତର କରିବା ପାଇଁ କୋର୍ଟରେ ହାବିୟସ କର୍ପସ ରିଟ ଦାଖଲ କରିଥିଲେ । ତେବେ ମେ ୧୦ରେ ଜଷ୍ଟିସ୍ ଅନୁପନ୍ଦର ସିଂ ଗରେୱାଲ୍ ଏହାର ଶୁଣାଣି କରି ମହିଳାଙ୍କୁ ତାଙ୍କ ଝିଅର କଷ୍ଟଡି ଦେଇଛନ୍ତି ଓ କହିଛନ୍ତି ଯେ  ଆବେଦନକାରୀଙ୍କ ଉପରେ ତାଙ୍କ ସମ୍ପର୍କୀୟ ପରକୀୟା ପ୍ରିତିର ଅଭିଯୋଗ ଲଗାଇଛନ୍ତି । ଏହା ବ୍ୟତୀତ ପିଟିସନରେ ଆଉ କୌଣସି ଉପଯୁକ୍ତ କାରଣ କିମ୍ବା ତଥ୍ୟ ଦିଆଯାଇ ନାହିଁ। ଜଷ୍ଟିସ ଆହୁରି କହିଥିଲେ ଯେ  ପିତୃସତ୍ତାତ୍ମକ ସମାଜରେ ନାରୀର ଚରିତ୍ର ଉପରେ ଆକ୍ଷେପ କରିବା ଏକ ସାଧାରଣ କଥା। ପ୍ରାୟ ଅଭିଯୋଗଗୁଡ଼ିକ ଭିତ୍ତିହୀନ ହିଁ କରାଯାଏ। ତେଣୁ କେବଳ ଏହା ଅନୁମାନ କରି ଯେ ମହିଳାଙ୍କର ଅନ୍ୟ ପୁରୁଷ ସହ ସମ୍ପର୍କ ରହିଛି କିମ୍ବା ସତରେ ବି ଯଦି ଏଭଳି କିଛି ରହିଛି ତେବେ ଏହା ଆଧାରରେ ସିଦ୍ଧାନ୍ତ ହୋଇପାରିବ ନାହିଁ ଯେ ମହିଳା ଜଣକ ଭଲ ମାଆ ନୁହଁନ୍ତି ବା ସେ ନିଜ ପିଲାର କଷ୍ଟଡି ପାଇବାର ହକଦାର ନୁହଁନ୍ତି ।

ଜଷ୍ଟିସ୍ ଗରେୱାଲ୍ କହିଛନ୍ତି ଯେ  ପିଲାଟି ପ୍ରାମ୍ଭିକ ବୟସରେ ତା’ର ବିକାଶ ପାଇଁ ମା’ର ପ୍ରେମ, ଯତ୍ନ ଏବଂ ସ୍ନେହ ଆବଶ୍ୟକ କରେ। ଏବଂ “କିଶୋର ଅବସ୍ଥାରେ ମା’ର ସମର୍ଥନ ଏବଂ ମାର୍ଗଦର୍ଶନ ଆବଶ୍ୟକ କରେ। Hindu Minority and Guardianship Act, 1956, ଧାରା ୬ ଅନୁଯାୟୀ ପିଲାକୁ ୫ ବର୍ଷ ହେବା ପର୍ଯ୍ୟନ୍ତ ମା ହିଁ ଶିଶୁର ପ୍ରକୃତ ଅଭିଭାବକ।

ତେବେ ପଞ୍ଜାବ ହରିୟାଣା ହାଇକୋର୍ଟଙ୍କ ଏଭଳି ନିଷ୍ପତ୍ତିକୁ ସାରା ଦେଶରେ ପ୍ରଶଂସା କରାଯାଉଛି।

 

Leave a Reply