ଆରପାରିରେ ବିଶିଷ୍ଟ ଚିତ୍ରଶିଳ୍ପୀ ଶିବ ପାଣିଗ୍ରାହୀ, ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ

ଭୁବନେଶ୍ୱର: ଆକାଶର ସ୍ୱପ୍ନ ସରିଗଲା । ମର୍ତ୍ତ୍ୟର ମାୟା ଛାଡ଼ି ଶିବ ପାଣିଗ୍ରାହୀ ଚାଲିଗଲେ ଶିବଲୋକକୁ । କଟକ ବିଶିଷ୍ଟ ଚିତ୍ରଶିଳ୍ପୀ ଶିବ ପାଣିଗ୍ରାହୀ ଙ୍କ ପରଲୋକ । ୭୮ ବର୍ଷ ବୟସରେ ସିଡିଏ ସ୍ଥିତ ବାସଭବନ ରେ ସେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି । ସେ ଦୀର୍ଘ ଦିନ ହେବ ପକ୍ଷାଘାତ ରୋଗ ଆକ୍ରାନ୍ତ ହୋଇ ଶଯ୍ୟାସାୟୀ ଥିଲେ ।ପାଣିଗ୍ରାହୀ ଓଡ଼ିଶାର ମର୍ଯ୍ୟଜନକ ଓଡିଶା ଲଳିତ କଳା ଏକାଡେମୀ ସମ୍ନାମ ପାଇଥିଲେ ।

ସେ ଏକାଡେମୀର ୩ବର୍ଷ ସଭାପତି ଥିଲେ । ଏଥି ସହିତ ସେ ବିକେ ଆର୍ଟ କଲେଜର ଅଧ୍ୟାପକ ଥିଲେ । ଆକାଶର ସ୍ୱପ୍ନ ତଥା ଅଧୁନିକ ଚିତ୍ରକଳାରେ ରାଜ୍ୟ ତଥା ଦେଶର ଜଣେ ଆଗ ଧାଡ଼ିର ଚିତ୍ରଶିଳ୍ପୀ ଥିଲେ । ତାଙ୍କ ବିୟୋଗରେ ଶିଳ୍ପୀ ମହଲରେ ଶୋକର ଛାୟା ଖେଳିଯାଇଛି । ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶିଷ୍ଟ ଚିତ୍ରଶିଳ୍ପୀଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଟୁଇଟ କରି କହିଛନ୍ତି  ଚିତ୍ର ତଥା କଳା ଜଗତରେ ତାଙ୍କ ଉଲ୍ଲେଖନୀୟ କୃତି ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ । ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ।

Leave a Reply