spot_img

Latest Posts

ମିଳିଲାନି ଟୋକନ, ଉଠିଲାନି ଧାନ : ତାତିଲେ ଚାଷୀ

ଭୁବନେଶ୍ବର: ମିଳିଲାନି ଟୋକନ, ଉଠିଲାନି ଧାନ । ଚାଷୀଙ୍କ ସମସ୍ୟା ସରକାର ଶୁଣିଲେନି । ବରଗଡ଼ରେ ଆଜି ତାତିଛନ୍ତି ଚାଷୀ ସଂଗଠନ । ସକାଳୁ ସରକାରଙ୍କ ବିରୋଧରେ ନାରାବାଜୀ କରି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଅଭିଯୋଗ କରିଛନ୍ତି ସଂଯୁକ୍ତ କୃଷକ ସଙ୍ଗଠନ । ଗତ ଖରିଫ ସିଜନରୁ ୬ ହଜାରରୁ ଉର୍ଦ୍ଧ୍ବ ଚାଷୀଙ୍କ ପଞ୍ଜିକରଣ ହୋଇପାରିନି । ଏହାକୁ ନେଇ ଦୀର୍ଘଦିନ ହେଲାଣି ଜିଲ୍ଲାପାଳଙ୍କ ଅଫିସ ଆଗରେ ଚାଷୀମାନେ ଧାରଣାରେ ବସିଛନ୍ତି । ଏନେଇ ଗଣମାଧ୍ୟମରେ ଖବର ପ୍ରସାରଣ ହେବାପରେ ମଧ୍ୟ ଜିଲ୍ଲା ପ୍ରଶାସନ ନିଘୋଡ଼ ନିଦ୍ରାରେ ଶୋଇଛନ୍ତି । ବରଗଡ଼ର ଚାଷୀଙ୍କ ଧାନ ଗତ ଖରିଫ ଋତୁରୁ ପଡ଼ି ରହିଛି । ଧାନ ବିକ୍ରି କରି ନପାରି ଚାଷୀ ଇଛାମୃତ୍ୟୁ ପାଇଁ ଅନୁମତି ମାଗୁଛନ୍ତି । ସେପଟେ କ୍ବିଣ୍ଟାଲ କ୍ବିଣ୍ଟାଲ ଧାନ ଚାଷୀଙ୍କ ପାଖରେ ପଡ଼ି ରହିଛି । ଋଣ କରି ଫସଲ ଅମଳ କରିଥିବା ଚାଷୀ ଧାନ ବିକ୍ରି କରି ନପାରିବାରୁ ଅଭାବ ଅନାଟନ ଦେଇ ଗତି କରୁଛନ୍ତି । ଏଭଳି ସ୍ଥିତିରେ ସରକାର ଚାଷୀଙ୍କ ପ୍ରତି ସମ୍ବେଦନଶୀଳ ହେବା ବଦଳରେ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ଅଭିଯୋଗ ହୋଇଛି ।…..

Latest Posts

Don't Miss