ହୋଟେଲରେ ବସିବାକୁ କେନ୍ଦ୍ର କରି ତୁମୁଳକାଣ୍ଡ, ପୋଲିସର ତଦନ୍ତ ଆରମ୍ଭ

ଭୁବନେଶ୍ୱର: ହୋଟେଲରେ ବସିବାକୁ କେନ୍ଦ୍ର କରି ତୁମୁଳକାଣ୍ଡ । ଏକାମ୍ର ହାଟରେ ଭାଙ୍ଗିଲା ଟେବୁଲ । ପେଟପୂଜା ନାମକ ହୋଟେଲରେ ଦୁଇ ଜଣଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଖାଇବା ବେଳେ ଗୋଡ଼ରେ ଚେୟାର ବାଜିବାରୁ ଉତ୍ତ୍ୟକ୍ତ ହୋଇଥିଲେ ଯୁବକ ।

ସର୍ବ ସମ୍ମୁଖରେ ଅନ୍ୟ ଜଣଙ୍କୁ ନିର୍ଦ୍ଧୁମ ପିଟିଥିଲେ ଯୁବକ । ନନ୍ଦିଘୋଷ ଟିଭି ହାତରେ ଲାଗିଛି ଘଟଣା ବେଳର ସିସିଟିଭି ଭିଜୁଆଲ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଖାରବେଳନଗର ଥାନା ପୋଲିସ । ଗଣ୍ଡଗୋଳ କରିଥିବା ଯୁବକଙ୍କୁ ଚିହ୍ନଟ କରିଛି ପୋଲିସ । ଅଭିଯୁକ୍ତ ହେଲେ ଝାରପଡ଼ାର ପ୍ରଭାତ କୁମାର ମାର୍ଥା । ଏନେଇ ଅଭିଯୋଗ ପରେ ଘଟଣାର ତଦନ୍ତ କରୁଛି ପୋଲିସ ।