ସାଙ୍ଘାତିକ ହେଲା ସାରୁଅ ମାମଲା: ଓଟିଭି ଏମ୍‌ଡିଙ୍କ ନାଁରେ ଥାନାରେ ରୁଜୁ ହେଲା ମାମଲା

1 min read

ଭୁବନେଶ୍ୱର: ଖୋର୍ଦ୍ଧା ସାରୁଅ ଜମି କେଳେଙ୍କାରୀ ଘଟଣାରେ ଓଟିଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡାଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି । ଜଗି ପଣ୍ଡାଙ୍କ ସମେତ ତାଙ୍କ ବାପା ଓ ଭାଇଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି । ବାଘମାରୀ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଅନୁସୂଚିତ ଜନଜାତି ଲୋକଙ୍କ ଅଭିଯୋଗ ଆଧାରରେ ରୁଜୁ ହୋଇଛି ମାମଲା ।

ଏସ୍‌ସି-ଏସ୍‌ଟି ଆଇନ ଅନୁସାରେ ରୁଜୁ ହୋଇଛି ମାମଲା । ଏସ୍‌ସି-ଏସ୍‌ଟି ଆଇନର ଧାରା ୩-୧-F ଓ Gରେ ମାମଲା ରୁଜୁ ହୋଇଛି । ଏସ୍‌ସି-ଏସ୍‌ଟି ଆଇନର ଧାରା ୨-V-Aରେ ରୁଜୁ ହୋଇଛି ମାମଲା । ଆଇପିସିର ଧାରା ୪୪୭, ୫୦୬ ଏବଂ ୩୪ରେ ମାମଲା ରୁଜୁ ହୋଇଛି ।

ଅଭିଯୋଗକାରୀ ତାଙ୍କ ଏତଲାରେ ଦର୍ଶାଇଛନ୍ତି ଯେ କିଛିବର୍ଷ ତଳେ ସାରୁଅରେ ତାଙ୍କ ଜମି କିଣିବାକୁ ଓଟିଭି ସଂସ୍ଥା ଲୋଭ ଦେଖାଇଥିଲା । କିନ୍ତୁ ସେ ବିକି ନଥିଲେ । କିନ୍ତୁ ଓଟିଭି ଆଖପାଖ ଲୋକଙ୍କ ଜମି କିଣି ପାଚେରି ତିଆରି କରିଦେଇଛି । ଫଳରେ ସେ ଜମିକୁ ଯାଇ ଚାଷ କରିପାରୁନାହାନ୍ତି କି ଉପର ମୁଣ୍ଡରୁ ଜମିକୁ ପାଣି ଆସିପାରୁନାହିଁ ।

ଓଲଟା ଓଟିଭି ଏମ୍‌ଡି ଜଗି ପଣ୍ଡା, ତାଙ୍କ ବାପା ଓ ଭାଇ ଧମକ ଦେଉଥିବା ଅଭିଯୋଗକାରୀ ଏତଲାରେ ଉଲ୍ଲେଖ କରିଛନ୍ତି । ସେ ନ୍ୟାୟ ଦାବି କରିଥିବା ବେଳେ ବାଘମାରୀ ପୋଲିସ ଜଗି ପଣ୍ଡା, ତାଙ୍କ ବାପା ଓ ଭାଇଙ୍କ ନାଁରେ ମାମଲା ରୁଜୁ କରିଛି ।

Leave a Reply