ଥାନାରେ ଅଗ୍ନିକାଣ୍ଡ; ୩ ଓଏସଓପି ଯବାନ ଗୁରୁତର

ଭଦ୍ରକ: ବାରିପଦା ଓଏସଓପିର ୫ମ ବାଟାଲିଅନର ୩ ଯବାନ ନିଆଁରେ ପୋଡି ହୋଇ ଗୁରୁତର ହୋଇଛନ୍ତି ।  ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ରାତିରେ ଶୋଇଥିବା ବେଳେ ମଶା ଧୂପରୁ ନିଆଁ ଲାଗି ଏପରି  ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ଭଦ୍ରକ ଜିଲ୍ଲା ପୁରୁଣାବଜାର ଥାନାରେ ଏହି ଘଟଣା ଘଟିଛି । ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ପୁରୁଣାବଜାର ଥାନାରେ ୫ମ ବାଟାଲିୟନର ପୋଲିସ କର୍ମଚାରୀ ଡ୍ୟୁଟିରେ ମୁତୟନ ହୋଇଛନ୍ତି ।

ଡ୍ୟୁଟି ପରେ ଥାନା ପରିସରରେ ଥିବା  ଷ୍ଟୋର ରୁମ୍ ନିକଟରେ ଶୋଇଥିଲେ ଯବାନ । ଶୋଇବା ବେଳେ ମସା ଧୂପ ଲଗାଇଥିଲେ । ହଠାତ ମଶା ଧୂପରୁ ନିଆଁ ଲାଗିଯାଇଥିଲା । ନିଆଁରେ 3 ପୋଲିସ କର୍ମଚାରୀ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଭଦ୍ରକ ମୁଖ୍ୟ ଡାକ୍ତରଖାନା ରେ ଚିକିତ୍ସା କରାଯାଉଛି । ଗୁରୁତର ହୋଇଥିବା ଯବାନ ମାନେ ହେଲେ ମନୋରଞ୍ଜନ ଘଡ଼ାଇ, ସଂଗ୍ରାମ ଟୁଡୁ  ଓ ଗଣେଶ ନାୟକ ।

Leave a Reply